Latest Odisha News

ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଘଣ୍ଟା ପ୍ରତି ରୋଜଗାର କେତେ?; ଜାଣିଲେ ଉଠିଯିବ ହୋସ୍ ।

ନୂଆଦିଲ୍ଳୀ: କ୍ରମାଗତ ଭାବେ ନବମ ବର୍ଷ ପାଇଁ ଭାରତର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ବଜାୟ ରଖିଥିବା ମୁକେଶ ଅମ୍ବାନୀଙ୍କ ଘଣ୍ଟା ପ୍ରତି ଆୟ ୯୦ କୋଟି ଟଙ୍କା । ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଲକ୍‌ଡାଉନ୍ ଘୋଷଣା ହେବା ପରେ ବିପୁଳ ପରିମାଣର ସମ୍ପତି ଅର୍ଜନ କରିଛନ୍ତି । ସେ ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ଆୟ କରୁଥିବା ଜଣାପଡ଼ିଛି ।

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ମୁଲ୍ୟ ୨,୭୭,୦୦୦ କୋଟି ଟଙ୍କା ବୃଦ୍ଧି ପାଇଁ ୬,୫୮,୦୦୦ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଆଇଆଇଏଫ୍‌ଏଲ୍ ୱେଲଥ୍ ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୦ରୁ ଜଣାପଡ଼ିଛି । ଚଳିତ ବର୍ଷ ମାର୍ଚ୍ଚ୨୫ରେ ଲକ୍‌ଡାଉନ୍ ପରଠାରୁ ମୁକେଶଙ୍କ ଡିଜିଟାଲ୍ କମ୍ପାନୀ ଜିଓ ପ୍ଲାଟ୍‌ଫର୍ମସ୍‌ରେ ଫେସ୍‌ବୁକ୍‌, ଗୁଗୁଲ୍‌, ଇଣ୍ଟେଲ୍ ଭଳି ବିଶ୍ୱସ୍ତରୀୟ ନିବେଶକମାନେ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି ।

ଚଳିତ ବର୍ଷର ହୁରୁନ୍ ଧନୀ ତାଲିକାରେ ୨୦୨୦ରେ ୧୦୦୦ କୋଟି ଟଙ୍କାର ଅଧିକ ମୂଲ୍ୟ ସମ୍ପତ୍ତି ରଖିଥିବା ୮୨୮ ଜଣ ବ୍ୟକ୍ତିଙ୍କ ନାମ ରହିଛି । ଗତ ପାଞ୍ଚବର୍ଷ ଭିତରେ ଏଭଳି ବ୍ୟକ୍ତିଙ୍କ ସଂଖ୍ୟା ତିନିଗୁଣ ବଢ଼ିଯାଇଛି । ବିଲିୟନ୍ ଡଲାର୍‌ରୁ ଅଧିକ ମୂଲ୍ୟର ସମ୍ପତ୍ତି ରଖିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ତିନିଗୁଣ ବୃଦ୍ଧି ପାଇଛି । ୨୦୨୦ ଧନୀ ତାଲିକାରେ ସ୍ଥାନିତ ହୋଇଥିବା ୮୨୮ ଜଣଙ୍କ ମଧ୍ୟରୁ ୬୨୭ ଜଣଙ୍କ ସମ୍ପତ୍ତି ବଢ଼ିଥିବା ବେଳେ ୨୨୯ ଜଣ ସମ୍ପତ୍ତି ହରାଇଛନ୍ତି । ୭୫ ଜଣ ତାଲିକାରୁ ବିଦାୟ ନେଇଥିବା ବେଳେ ଛଅ ଜଣ ର‌୍ୟାଙ୍କଧାରୀଙ୍କ ମୃତ୍ୟୁ ହୋଇସାରିଛି । ୧୬୨ ଜଣ ଏହି ତାଳିକାରେ ନୂତନ ଭାବେ ଯୋଡ଼ି ହୋଇଛନ୍ତି ।

Leave A Reply

Your email address will not be published.