Latest Odisha News

BREAKING NEWS

ଆଘାତ ସମସ୍ୟା ଯୋଗୁ ଫ୍ରେଂଚ ଓପନରୁ ଓହରିଲେ ସେରେନା

ପ୍ୟାରିସ: ଆଘାତ ସମସ୍ୟା ଯୋଗୁ ଆମେରିକାର ସେରେନା ୱିଲିୟମ୍ସ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ପୂର୍ବରୁ ଆଘାତ ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ୨୩ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସେରେନା ଓହରିଯିବା ଫଳରେ ଶ୍ୱେତନା ପିରାନାକୋଭା ସହଜରେ ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ମ୍ୟାଚ ପୂର୍ବରୁ ସେ ୱାର୍ମଅପ କରିଥିଲେ ମଧ୍ୟ ପାଦରୁ ଜଙ୍ଘ ପର୍ଯ୍ୟନ୍ତ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶେଷର ମ୍ୟାଚରୁ ଓହରି ଯାଇଥିଲେ । ପୂର୍ବରୁ ଚଳତି ବର୍ଷ ଆମେରିକା ଓପନ ସେମିଫାଇନା ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ଏହି ମ୍ୟାଚରେ ସେ ପରାଜିତ ହୋଇଥିଲେ ।

Leave A Reply

Your email address will not be published.