Latest Odisha News

BREAKING NEWS

ଆଜିଠୁ ପୁରୀରୁ ଗଡିବ ଟ୍ରେନ୍‌

ପୁରୀ: ପୁରୀରେ ଆଜିଠୁ ଗଡିବ ଟ୍ରେନ । ୪ଟି ଟ୍ରେନରେ ଯିବା ପାଇଁ ଯାତ୍ରୀମାନେ ବୁକିଂ କରିଛନ୍ତି । ପୁରୀ-ଅହମ୍ମଦାବାଦ, ପୁରୀ-ଦୁର୍ଗ । ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ-ସିଆଲଦା ଟ୍ରେନ ଚାଲିବ । ତେବେ କୋଭିଡ କଟକଣା ଭିତରେ ଏହି ଟ୍ରେନ ଚାଲିବ । ଟ୍ରେନ୍‌ ଚଳାଚଳ ନେଇ ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଯାତ୍ରୀମାନେ ଦୁଇଘଂଟା ପୂର୍ବରୁ ଷ୍ଟେସନରେ ପଂହଚିବେ । ଏହାଛଡା ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଆଜିଠାରୁ ଟ୍ରେନ ଚାଲିବାକୁ ଥିବାରୁ ପୁରୀ ରେଳଷ୍ଟେସନକୁ ବିଶୋଧନ କରାଯାଇଛି । ମାର୍ଚ୍ଚ ମାସରେ କରୋନା କଟକଣା ଜାରି ହେବା ପରେ ପୁରୀରୁ ଟ୍ରେନ ଯାତ୍ରା ବନ୍ଦ ଥିଲା ।

Leave A Reply

Your email address will not be published.