Latest Odisha News

BREAKING NEWS

ଗୃହରେ NCRB ରିପୋର୍ଟ ତାତି, ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ ତଥା ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଆଜି ବିଧାନସଭା ଗୃହ ସରଗରମ ରହିଛି । ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଅସଦାଚରଣ ଘଟଣାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ସାଇବର କ୍ରାଇମରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଏହା ରାଜ୍ୟ ପାଇଁ ଲଜ୍ଜା ବୋଲି କହିଛନ୍ତି ନରସିଂହ । ସେପଟେ ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । କରୋନା ସ୍ଥିତିରେ ଦର ବଢ଼ାଇବା ଅନୁଚିତ । ଅନ୍ୟ ରାଜ୍ୟରେ ମନ୍ଦିର ଖୋଲିଲାଣି ତେଣୁ ଓଡ଼ିଶାରେ ସବୁ ମନ୍ଦିର ଖୋଲିବା ପାଇଁ ଗୃହରେ ଦାବି ରଖିଛନ୍ତି ସୁର ।

ସେପଟେ ବଲାଙ୍ଗିରରେ କୋଭିଡ ସେଂଟରେ ମହିଳାଙ୍କୁ ଡାକ୍ତରଙ୍କ ଅସଦାଚରଣ ପ୍ରସଙ୍ଗରେ ଗୃହରେ ରୁଲିଂ ରଖିଲେ ବାଚସ୍ପତି । ଘଟଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୁଧ୍ୟାନ କରିବା ପାଇଁ ରୁଲିଂ ଦିଆଯାଇଛି । ଗତକାଲି ଭଳି ଆଜି ବି ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ।

Leave A Reply

Your email address will not be published.