Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ କିରାଣୀ

ଭଦ୍ରକ: ଭଦ୍ରକ ଜିଲ୍ଲାର ଶ୍ରମ ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁଧାକର ବାରିକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

ଏପରିକି ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ଟିମ୍ ଏହି ଘଟଣାରେ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ବସନ୍ତିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭବାନି ସିକ୍ୟୁରିଟି ଏଜେନ୍ସିର ମ୍ୟାନେଜିଂ ପାଟର୍ନର ଅକ୍ଷୟ କୁମାର ଦାସଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ କନିଷ୍ଠ କିରାନୀକୁ ଧରିଥିଲେ ।

ଅଭିଯୋଗକାରୀଙ୍କ କହିବାନୁସାରେ, କିରାଣୀ ଜଣକ ଶ୍ରମ ଲାଇସେନ୍ସ ନବୀକରଣ କରାଇଦେବାକୁ ତାଙ୍କୁ ୯୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅକ୍ଷୟ ଭିଜିଲାନ୍ସକୁ ଜଣାଇଥିଲେ ।

ପରେ ପୂର୍ବ ଯୋଜନା ମୁତାବକ ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଟିମ୍ ଲାଞ୍ଚ ନେବା ବେଳେ ତାଙ୍କୁ କାବୁ କରିଥିଲା ।

Leave A Reply

Your email address will not be published.