Latest Odisha News

BREAKING NEWS

୩ ମାସରେ ୩୫୦ ଅନଲାଇନ କୋର୍ସ କରି ବିଶ୍ୱରେକର୍ଡ କଲେ କେରଳର ଆରତୀ

ଥିରୁୱନ୍ତପୁରମ:କୋଭିଡ-୧୯ ଲକଡାଉନ ଅବସରରେ ଅନେକ ବ୍ୟକ୍ତି ସେମାନଙ୍କ ମୂଲ୍ୟବାନ ସମୟ ନଷ୍ଟ କରି ନାହାନ୍ତି । ବରଂ ଏହାକୁ ଉପଯୋଗ କରି ଲାଭବାନ ହୋଇଛନ୍ତି । ସେଭଳି ଜଣେ ମହିଳା ହେଲେ କେରଳର ଆରତୀ ରଘୁନାଥ । ସେ ୩ ମାସ ମଧ୍ୟରେ ୩୫୦ ଅନଲାଇନ କୋର୍ସ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି ।

ଏମଇଏସ କଲେଜରେ ବାୟୋକେମେଷ୍ଟ୍ରି କରୁଥିବା ଆରତୀ ଏହାର ସମସ୍ତ ଶ୍ରେୟ ପ୍ରିନ୍ସିପାଲ ପି.ମହମ୍ମଦ, ହନୀଫା କେଜି ଓ ନିଳିମା ମ୍ୟାଡମଙ୍କୁ ଦେଇଛନ୍ତି । ସେ ଜନ ହଙ୍କିନ୍ସ, ଭର୍ଜିନିଆ, କୋପେନହାମ୍‌, ରୋଚେଷ୍ଟର ପରି ଖ୍ୟାତାନାମା ୟୁନିଭିରସିଟିରେ ମଧ୍ୟ ଅନଲାଇନ କୋର୍ସ ସମ୍ପୂର୍ଣ୍ଣ କରିଛନ୍ତି । ଆରତୀଙ୍କୁ ଏହି ସଫଳତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.