ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ବା ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଏ। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳିତ ହୁଏ । ମହାତ୍ମା ଗାନ୍ଧୀ ୧୮୬୯, ଅକ୍ଟୋବର ୨ରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ।
୯ ବର୍ଷ ବୟସରେ ସେ ତାଙ୍କ ଘର ନିକଟ ରାଜକୋଟ ସ୍ଥାନୀୟ ବିଦ୍ୟାଳୟରେ ପ୍ରବେଶ କରିଥିଲେ । ୧୧ ବର୍ଷ ବୟସରେ ରାଜକୋଟରେ ଥିବା ହାଇସ୍କୁଲରେ ଯୋଗ ଦେଇଥିଲେ।
ତାଙ୍କର ଖେଳକୁଦ ପ୍ରତି ସେତେଟା ଆଗ୍ରହ ନ ଥିଲା। ସେ ଲାଜୁଆ ସ୍ୱଭାବର ଥିଲେ। ବିଦ୍ୟାଳୟରେ ଦିଆଯାଉଥିବା ଶିକ୍ଷା ଏବଂ ପୁସ୍ତକ ତାଙ୍କର ଏକମାତ୍ର ସାଥୀ ଥିଲେ। ପିଲାଦିନରୁ ଗାନ୍ଧିଜୀ ବହୁତ ସଚ୍ଚୋଟ ଥିଲେ । ସ୍କୁଲରେ ପଢ଼ିବା ସମୟରେ ଶିକ୍ଷକ ପିଲାମାନଙ୍କୁ କିଛି ଇଂରାଜୀ ଶବ୍ଦ ଲେଖିବାକୁ କହିଥିଲେ। ହେଲେ କେବଳ ଗାନ୍ଧୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ଇଂରାଜୀ ଶବ୍ଦ ଠିକ୍ ଲେଖା ହୋଇଥିଲା। ଶିକ୍ଷକ ତାଙ୍କୁ ଅନ୍ୟ ପିଲାଙ୍କଠାରୁ ନକଲ କରିବାକୁ କହିଲେ ମଧ୍ୟ ସେ ତାହା କରି ନ ଥିଲେ ଏବଂ କହିଥିଲେ ମୁଁ ଭୁଲ୍ ରାସ୍ତାରେ ଯିବାକୁ ଚାହେ ନାହିଁ।
ଭାରତୀୟ ସଂଗ୍ରାମରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଅବଦାନ ଯୋଗୁ ତାଙ୍କୁ ଦେଶର ପିତା ମହାତ୍ମା ଏବଂ ବାପୁ ମଧ୍ୟ କୁହାଯାଏ। ଗାନ୍ଧୀଜୀ ଛୋଟ ପିଲାମାନଙ୍କୁ ଖୁବ୍ ଆଦର କରୁଥିଲେ। ବ୍ରିଟିଶମାନଙ୍କ କବଳରୁ ଦେଶକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଗାନ୍ଧୀଜୀ ।
Comments are closed.