Latest Odisha News

ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାପସୀ ଓ ତାଙ୍କ ଗୁଜବ ପ୍ରେମିକଙ୍କ ଫଟୋ, ଦେଖନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ । ଅନେକ ସମୟରେ ଅନେକ କାରଣକୁ ନେଇ ଚର୍ଚ୍ଚାର ପରିସର ମଧ୍ୟରେ ରୁହନ୍ତି ।ତେବେ ଏବେ ତାଙ୍କ ଚର୍ଚ୍ଚାର କାରଣ କିନ୍ତୁ ଟିକିଏ ନିଆରା । ନିକଟରେ ତାପସୀ ଭ୍ୟାକେସନ ପାଇଁ ଯାଇଥିଲେ ମାଲଦ୍ୱୀପ।

ମାଲଦ୍ୱୀପରୁ ତାପସୀଙ୍କ କିଛି ଫୋଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି। କାରଣ ଏହି ଫୋଟୋରେ ତାପସୀ ଏକା ନାହାନ୍ତି, ସାଙ୍ଗରେ ଅଛନ୍ତି ତାଙ୍କ ଗୁଜବ ପ୍ରେମିକ ତଥା ବ୍ୟାଡମିଣ୍ଟନ ଖେଳାଳି ମାଥିଆସ ବୋଇ। ମାଲଦ୍ୱୀପରେ ଛୁଟି କଟାଇବାରେ ତାପସୀଙ୍କ ସାଥ ଦେଇଛନ୍ତି ମାଥିଆସ୍।

ଉଭୟଙ୍କର ଫୋଟୋ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି, ଯେଉଁଥିରେ ଉଭୟ ଏକ ସୁନ୍ଦର ସ୍ଥାନରେ ଖୁସିରେ ଏକାଠି ପୋଜ୍ ଦେଇଥିବା ଦେଖିବାକୁ ମିଳିଛି। ଏହି ଫୋଟୋର କ୍ୟାପସନରେ ଲେଖାଯାଇଛି “ଛୁଟିଦିନ ମୋତେ ଭଲ ଲାଗିଲା । ଏହି ସମାନ ଫୋଟୋକୁ ତାପସୀ ମଧ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Comments are closed.