Latest Odisha News

BREAKING NEWS

କାହିଁକି ରିଚାଙ୍କୁ କ୍ଷମା ମାଗିଲେ ପାୟଲ

ମୁମ୍ବାଇ: ରିଚା ଚଢା ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଅଶ୍ଳୀଳ, ମିଥ୍ୟା, ଭିତ୍ତିହୀନ ଏବଂ ଅପମାନଜନକ ବୟାନ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି  ମକଦ୍ଦମା  ଦାୟର୍‌ କରିଥିଲେ। ତେବେ ବୁଧବାର ଦୁଇ ଜଣଙ୍କ ମଧ୍ୟରେ ଆପୋସ ବୁଝାମଣା ଭିତରେ କେସ୍‌ର ସମାଧାନ ହୋଇଛି। ରିଚା ପାୟଲ୍‌ଙ୍କ ଉପରେ କରିଥିବା ମାନହାନୀ ମକଦକଦମାକୁ ପ୍ରତ୍ୟାହାର କରିନେଇଛନ୍ତି।

ହାଇକୋର୍ଟରେ ଉଭୟଙ୍କ ମଧ୍ୟରେ ପାରସ୍ପରିକ ସହମତି ଅନୁଯାୟୀ ମାମଲା ଶେଷ କରାଯାଇଛି।  ବାସ୍ତବରେ, ବମ୍ବେ ହାଇକୋର୍ଟ ରିଚା ଏବଂ ପାୟଲଙ୍କୁ ପରସ୍ପର ମଧ୍ୟରେ ବୁଛାମଣା କରିବାକୁ ଦୁଇ ଦିନ ସମୟ ଦେଇଥିଲେ, ଯାହା ଉପରେ ଉଭୟ ପକ୍ଷ ବୁଧବାର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ସହମତି ପ୍ରଦାନ କରିଛନ୍ତି।

ଏହା ପରେ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପାୟଲ ଘୋଷଙ୍କୁ ବୁଧବାର ଦିନ ବମ୍ବେ ହାଇକୋର୍ଟ ପକ୍ଷରୁ କୁହାଯାଇଛି ଯେ ସେମାନେ ପାରସ୍ପରିକ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ କରିଛନ୍ତି ଏବଂ ସହମତ ହୋଇଛନ୍ତି। ଏହାସହିତ ପାୟଲ ଘୋଷ ରିଚା ଚଢାଙ୍କ ବିରୋଧରେ ଦେଇଥିବା ବୟାନକୁ ପ୍ରତ୍ୟାହାର କରିବା ସହ କ୍ଷମା ମାଗିଛନ୍ତି।

Leave A Reply

Your email address will not be published.