Latest Odisha News

BREAKING NEWS

ବିଫଳ ପ୍ରେମ କାହାଣୀ, ଜଳିଲା ଜାଳିଲା !

ଆନ୍ଧପ୍ରଦେଶ: କୋଭିଡ୍ ଯୋଦ୍ଧାଙ୍କ ସହ ଘଟିଛି ଅମାନବୀୟ କାଣ୍ଡ । ପ୍ରେମ ସଂପର୍କର ଭୟାନକ ପରିଣତି । ନିଜେ ଖୋଳିଥିବା ଗାତରେ ପଡିଥିଲା ପ୍ରେମିକ । ହେଲେ ଏହି ଧାରାରେ ବଳିପଡିଥିଲେ ଜଣେ ନୀରିହ ମହିଳା ତଥା କୋଭିଡ୍ ହସ୍ପିଟାଲ ନର୍ସ ।

ସୋମବାର ରାତିରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା । ଏକ କୋଭିଡ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟରତ ଥିବା ଜଣେ ମହିଳାଙ୍କୁ ନିଆଁରେ ପୋଡି ଅତି ନିର୍ମମ ଭାବେ ହତ୍ୟା । ହେଲେ ମହିଳା ଜଣକ ମରିବା ପୂର୍ବରୁ କିଛି ଏପରି କରିଥିଲେ, ଯାହାକୁ ନେଇ ପୋଲିସ ବି ତାଜୁବ ହୋଇଥିଲା ।

ପୋଲିସ ରିପୋର୍ଟ ଅନୁଯାୟୀ ମୃତ ମହିଳା ଜଣକ ଦୀର୍ଘ ୪ ବର୍ଷ ଧରି ଜଣେ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ । ହେଲେ କୌଣସି କାରଣବଶତଃ ପ୍ରେମିକକୁ ସଂପର୍କ ଛିନ୍ନ କରିବାକୁ ପ୍ରେମିକକୁ କହିଥିଲେ । ହେଲେ ଏହି କଥାରେ ରାଜି ନଥିଲା ପ୍ରେମିକ । ବାରମ୍ବାର ପିଛା କରିବା ସହ ମହିଳାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲା ।

ଅତିଷ୍ଠ ହୋଇ ଚଳିତ ମାସ ୫ତାରିଖରେ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ । ପରେ ପ୍ରେମିକକୁ ଥାନାକୁ ଡକାଇ ପୋଲିସ ଚେତାବନୀ ବି ଦେଇଥିଲା । ତେବେ ପ୍ରେମିକ ଚୁପ ରହିବା ବଦଳରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା ।

ସୋମବାର ରାତିରେ ମହିଳା ଜଣକ ଘରେ ଥିବାବେଳେ ପ୍ରେମିକ ସେଠାରେ ପହଂଚି ପୁନର୍ବାର ଧମକଚମକ ଦେଇଥିଲା । ଏପରିକି ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଭୀଷଣ ରୂପ ଧାରଣ କରିଥିଲା । ଉତକ୍ଷିପ୍ତ ହୋଇ ପ୍ରେମିକ ଜଣକ ସାଥିରେ ଆଣିଥିବା ପେଟ୍ରୋଲକୁ ମହିଳାଙ୍କ ଦେହରେ ପକାଇ ନିଆଁ ଲଗାଇଦେଇଥିଲା ।

ଏହି ସମୟରେ ମହିଳା ଜଣକ ବି ପ୍ରତିଶୋଧ ନେବାକୁ ଚିନ୍ତା କରି ପ୍ରେମିକକୁ ଅତି ଜୋରରେ ଜାବୁଡି ଧରିଥିଲେ । ଫଳରେ ଘଟଣାସ୍ଥଳରେ ମହିଳା ଜଣକ ପ୍ରାଣ ହରାଇଥିଲେ, ହେଲେ ଗୁରୁତର ଅବସ୍ଥାରେ ପ୍ରେମିକକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ମଙ୍ଗଳବାର ସକାଳୁସକାଳୁ ଅଭିଯୁକ୍ତ ପ୍ରେମିକ ବି ପ୍ରାଣ ହରାଇଥିଲା ।

Leave A Reply

Your email address will not be published.