Latest Odisha News

BREAKING NEWS

ଅକ୍ଟୋବରରେ ଲଘୁଚାପର ଲମ୍ବା ଲାଇନ୍, ୧୯ ତାରିଖ ବେଳକୁ ପୁଣି ଦାନା ବାନ୍ଧିବ

ଭୁବନେଶ୍ୱର: ଅକ୍ଟୋବର ମାସରେ ଲଘୁଚାପ ଲମ୍ବା ଲାଇନ୍ । ଗୋଟିଏ ଗଲେ ଆଉ ଗୋଟିଏ ଆସୁଛି । ଏବେ ନୂଆ ଲଘୁଚାପ ବଳୟ ସୃଷ୍ଟି ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୯ ତାରିଖ ବେଳକୁ ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ।

ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା ଘନୀଭୂତ ହୋଇ କଣ ରୂପ ନେବ ତାହା ଏଯାଏ ସ୍ପଷ୍ଟ ହୋଇନି । ତେବେ ଆସନ୍ତା ୯୬ରୁ ୧୨୦ ଘଣ୍ଟା ଭିତରେ ସମ୍ଭାବ୍ୟ ବାତ୍ୟାର ରୂପ ନେବା ସମ୍ଭାବନା କ୍ଷୀଣ ବୋଲି କହିଛି ପାଣିପାଗ ବିଭାଗ । ଦିନେ ଦୁଇ ଦିନ ଭିତରେ ସମ୍ଭାବ୍ୟ ମଡେଲ ସମ୍ପର୍କରେ ବିସ୍ତୃତ ସୂଚନା ମିଳିପାରେ ।
Telengana Heavy rain
ପୂର୍ବରୁ ଅକ୍ଟୋବର ପ୍ରଥମ ସପ୍ତାହରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ । ଏହାପରେ ଗତ ୯ ତାରିଖରେ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ବଳୟ ଦାନା ବାନ୍ଧିଥିଲା । ତାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରବଳ ବର୍ଷିଛି । ଜଳପ୍ରଳୟ ରଚିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି ।

Leave A Reply

Your email address will not be published.