Latest Odisha News

BREAKING NEWS

୨ୟ କରୋନା ଟିକାକୁ ଅନୁମତି ଦେଲା ଋଷ

ନୂଆଦିଲ୍ଲୀ: କରୋନା ଟିକା ସ୍ପୁଟନିକ୍ ପରେ ଋଷ ସରକାର ଆଉ ଗୋଟିଏ କୋଭିଡ ଭ୍ୟାକସିନକୁ ଅନୁମତି ପ୍ରଦାନ କରିଛନ୍ତି । ଯାହାକୁ ପ୍ରାରମ୍ଭିକ ଟ୍ରାଏଲ୍ ପରେ ମଞ୍ଜୁର କରାଯାଇଛି ।

ଏ ସମ୍ପର୍କରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ବୁଧବାର ଦିନ ଘୋଷଣା କରିଛନ୍ତି ।

“ଏବେ ଆମେ ପ୍ରଥମ ଭ୍ୟାକସିନ୍ ଓ ଦ୍ୱିତୀୟ ଭ୍ୟାକସିନର ଉତ୍ପାଦକୁ ବଢାଇବା ଆବଶ୍ୟକ । ଏହା ଛଡା ପ୍ରାୟ ୧୦୦ ଜଣଙ୍କ ଉପରେ କରାଯାଇଥିବା ପ୍ରାରମ୍ଭିକ ଟ୍ରାଏଲ୍ ସଫଳ ହୋଇଛି” ବୋଲି କହିଛନ୍ତି ପୁଟିନ୍ ।

ଏହାକୁ ସାଇବେରିଆନ୍ ବାୟୋଟିକ କମ୍ପାନୀ ପକ୍ଷରୁ ବିକଶିତ କରାଯାଇଛି। ପେପ୍ଟାଇଡ୍ ଆଧାରିତ ଏହି ଭ୍ୟାକସିନ୍ କରୋନାରୁ ମୁକ୍ତି ପାଇଁ ଦୁଇ ଥର ନେବାକୁ ପଡିବ ବୋଲି ସୁତ୍ରରୁ ପ୍ରକାଶ ।

ଏପରିକି ମାତ୍ର ୨ ସପ୍ତାହ ପୂର୍ବରୁ ଏହାର ପ୍ରାରମ୍ଭିକ ଟ୍ରାଏଲ୍ ସରିବା ପରେ ଅନୁମତି ଦିଆଯାଇଛି । ତେବେ ନୋଭୋସିବିରିସ୍କ ଭେକ୍ଟର କେନ୍ଦ୍ର କରୋନା ସଂକ୍ରମଣ ବିରୋଧରେ ଦ୍ୱିତୀୟ ଋଷିଆ ଟିକା ପଞ୍ଜିକୃତ କରିଛି ।

Leave A Reply

Your email address will not be published.