Latest Odisha News

BREAKING NEWS

ନିଆଁରେ ପୋଡ଼ି ହୋଇ ଦମ୍ପତି ଜୀବନ୍ତ ଦଗ୍ଧ

ଝାରସୁଗୁଡ଼ା: ବ୍ରଜରାଜନଗରରେ ଅଭାବନୀୟ ଘଟଣା । ଜଳିଗଲେ ଦମ୍ପତି । କୋଇଲା ଚୁଲାରୁ ନିଆଁ ଲାଗି ସ୍ୱାମୀ ଓ ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ରାମପୁର ଫାଣ୍ଡି ଧଉଡାପଡ଼ା ଗାଁରେ ଘଟିଛି ଏହି ହୃଦୟବିତାରକ ଘଟଣା ।

ମୃତକମାନେ ହେଲେ ଗିରିଧର ଦାସ ଓ ତାଙ୍କ ପତ୍ନୀ । ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ କରୁଛି । ପ୍ରାଥମିକ ଅନୁଧ୍ୟାନରୁ କୋଇଲା ଚୁଲାରୁ ନିଆଁ ଲାଗି ଦମ୍ପତି ଜଳି ଯାଇଥିବା କୁହାଯାଉଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଜି ସକାଳ ପାଖାପାଖି ସାଢ଼େ 8ଟା ବେଳେ ଏହି ଅଗ୍ନିକାଣ୍ଡ ହୋଇଛି । ଗିରିଧରଙ୍କ ପତ୍ନୀ କୋଇଲା ଚୁଲାରେ ରୋଷେଇ କରିବା ବେଳେ ଶାଢ଼ୀରେ ନିଆଁ ଲାଗି ଯାଇଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଗିରିଧର ବି ଜଳି ଯାଇଥିଲେ ।

Leave A Reply

Your email address will not be published.