Latest Odisha News

BREAKING NEWS

ଅଭିନେତା ରଣବୀର ସିଂଙ୍କ କାର୍‌କୁ ପିଟିଲା ବାଇକ୍; ଦୁର୍ଘଟଣା ବେଳର ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ଗୁରୁବାର ମୁମ୍ବାଇରେ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ କିମ୍ବା ତାଙ୍କ କାର୍‌କୁ ସେତେଟା କ୍ଷତି ପହଞ୍ଚିନି।

କିନ୍ତୁ ରଣବୀରଙ୍କ ଗାଡି ଦୁର୍ଘଟଣା ସମୟର ଫଟୋ ଏବଂ ଭିଡିଓଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରଣବୀର ଦୁର୍ଘଟଣା ପରେ ତାଙ୍କ କାରର ଅବସ୍ଥା ନିରୀକ୍ଷଣ କରୁଥିବା ନଜର ଆସିଛନ୍ତି।

ଡବିଂ ଶେଷ କରି ରଣବୀର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ​​ଏବଂ ତାଙ୍କ କାର ପଛପଟୁ ଆସୁଥିବା ଜଣେ ବାଇକ ଆରୋହୀ ରଣବୀରଙ୍କ ମର୍ସିଡିଜ୍ ଏସୟୁଭି ସହିତ ଧକ୍କା ହୋଇଥିଲା। ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ ରଣବୀର କାରରୁ ଓହ୍ଲାଇ କେତେ କ୍ଷତି ହୋଇଛି ତାହା ଯାଞ୍ଚ କରୁଛନ୍ତି। ତେବେ ରଣବୀର ସିଂ ଖୁବ୍ ଶୀଘ୍ର ଫିଲ୍ମ ୮୩ ରେ ନଜର ଆସିବେ।

Leave A Reply

Your email address will not be published.