Latest Odisha News

ଆଇପିଏଲ୍ ପରେ ଲଙ୍କା ପ୍ରିମିୟର ଲିଗ୍‌, ଭାରତରୁ ମାତ୍ର ୨ ଖେଳାଳି !

ଭୁବନେଶ୍ୱର: ଆଇପିଏଲ ପରେପରେ ଆରମ୍ଭ ହେବ ଏଲ୍‌ପିଏଲ୍‌(ଲଙ୍କା ପ୍ରିମିୟର ଲିଗ୍‌) । ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏହି ଟି୨୦ ପ୍ରତିଯୋଗୀତାରେ ଭାଗ ନେବେ ମାତ୍ର ୫ଟି ଟିମ୍ । ୧୫ ଦିନ ମଧ୍ୟରେ ଅନୁଷ୍ଠିତ ହେବ ୨୩ଟି ମ୍ୟାଚ୍ । ନଭେମ୍ବର ୮ରେ ଆଇପିଏଲ ସରୁଥିଲାବେଳେ ନଭେମ୍ବରରୁ ୨୧ରୁ ଆରମ୍ଭ ହେବ ଏହି ଫଟାଫଟ୍ କ୍ରିକେଟ୍ ଲିଗ୍ ।

ସୋମବାର ହୋଇଥିବା ବିଡିଂରେ ଭାରତରୁ ମାତ୍ର ୨ଟି ଖେଳାଳି ଏଲପିଏଲ୍ ପ୍ରତିଯୋଗୀତରେ ଭାଗ ନେବେ । ମନପ୍ରୀତ ଗୋନୀ ଓ ମନବିନ୍ଦର ବିସ୍‌ଲାଙ୍କୁ କଲମ୍ବୋ କିଙ୍ଗସ୍ କ୍ରୟ କରିଛି । ଭାରତ ପାଇଁ ୨ଟି ମ୍ୟାଚ ଖେଳିଥିବା ମନପ୍ରୀତ ଆଇପିଏଲରେ ୪୪ଟି ମ୍ୟାଚ୍ ଖେଳିଥିଲେ । ସେହିଭଳି ମନବିନ୍ଦର ୩୫ଟି ଆଇପିଏଲ ମ୍ୟାଚ୍ ଖେଳି ୭୯୮ ରନ୍ କରିଥିଲେ ।

ଲଙ୍କା ପ୍ରିମିୟର ଲିଗରେ ଖ୍ରୀସ୍ ଗେଲ, ଲିଆମ୍ ପ୍ଲଙ୍କେଟ୍‌, ଫାଫ୍ ଡୁ ପ୍ଲେସିସ୍ ଓ ରସେଲ୍‌ଙ୍କ ଭଳି ଧୁଆଁଧାର ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏଲପିଏଲ ମାତ୍ର ଦୁଇଟି ଷ୍ଟାଡିୟମରେ ଖେଳାଯିବ ।

Leave A Reply

Your email address will not be published.