ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୪ ମାସରୁ ଅଧିକ ସମୟ ବିତିଗଲାଣି । ଏତେ ଦିନ ପରେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ । ଆଜି ବି ସସ୍ପେନ୍ସ ଜାରି ରହିଛି । ସିବିଆଇ ଏହି ମାମଲାରେ ତଦନ୍ତ ଜାରି ରଖିଛି । ଏହାରି ଭିତରେ ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନ୍ଙ୍କ ମା’ ପିଙ୍କି ରୋଶନ୍, ସୁଶାନ୍ତଙ୍କୁ ନେଇ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି।
ସୁଶାନ୍ତଙ୍କ ଏକ ଫଟୋ ଶେୟାର କରି ପିଙ୍କି ଲେଖିଛନ୍ତି ଯେ, ସମସ୍ତେ ସତ ଜାଣିବାକୁ ଚାହାନ୍ତି, ହେଲେ କେହି ସଚ୍ଚୋଟ୍ ହେବାକୁ ଚାହାନ୍ତି ନାହିଁ। ସେ ସୁଶାନ୍ତଙ୍କ ପାଇଁ ପୋଷ୍ଟ ଶେୟାର କରି ହ୍ୟାଶଟ୍ୟାଗ୍ ସହ ‘ପ୍ରେୟାର୍ସ ଆର୍ ପାଓ୍ୱାରଫୁଲ୍’ ବୋଲି ଲେଖିଛନ୍ତି।
ଅନ୍ୟପଟେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତି ମଧ୍ୟ ଭାଇଙ୍କୁ ନ୍ୟାୟ ଦେବା ଲାଗି ସାରା ଦୁନିଆରେ ଅଭିଯାନ ଆରମ୍ଭ କରିଛନ୍ତି। ଶ୍ୱେତାଙ୍କ ଅଭିଯାନରେ ତାଙ୍କୁ ସମର୍ଥନ କରୁଛନ୍ତି ସୁଶାନ୍ତଙ୍କ କୋଟି କୋଟି ପ୍ରଶଂସକ।
Comments are closed.