Latest Odisha News

BREAKING NEWS

ରାଜଧାନୀରେ ୭୦ ଗ୍ରାମର ବ୍ରାଉନ ସୁଗାର ଜବତ, ୨ ନିଶା ବେପାରୀ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କୋଳଥିଆ ଓ ବରମୁଣ୍ଡା ଛକରେ ଅବକାରୀ ବିଭାଗ ଏବଂ କଟକ ଫ୍ଲାଇଂ ସ୍କ୍ୱାର୍ଡର ଏକ ଟିମ୍ ଚଢାଉ କରି ୨ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ।

ଗିରଫ ଦୁଇ ଅଭିଯୁକ୍ତ ଟୁକୁନା ଦାସ ଏବଂ ପ୍ରକାଶ ପ୍ରଧାନ ବୋଲି ଜଣାପଡିଛି ।

ଏହି ଚଢାଉ ବେଳେ ସେମାନଙ୍କ ନିକଟରୁ ୭୦ ଗ୍ରାମର ବ୍ରାଉନ ସୁଗାର ସହ ଏକ ମୋଟର ସାଇକେଲ ଏବଂ ଏକ ଅଟୋ ରିକ୍ସା ଜବତ କରିଛି ।

କୌଣସି ସୁତ୍ରରୁ ଖବର ପାଇ ପୋଲିସ ଅଧିକାରୀ ଶରତ ଚନ୍ଦ୍ର ଭଞ୍ଜ, ଡି ପି ଦାସ, ହୃଦୟ ସାମନ୍ତ ଏବଂ ହିତାଂଶୁ ମଲ୍ଲିକ ପ୍ରମୁଖ ମିଳିତ ଭାବେ ଏହି ଚଢାଉ କରିଥିଲେ ।

Leave A Reply

Your email address will not be published.