ପାଟନା: ବିହାରର ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି । ପରିସର ମଧ୍ୟରେ ଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ୮.୫ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ କୌଣସି ଟଙ୍କା ଜବତ ହୋଇ ନାହିଁ ବୋଲି କହିଛି । ପରିସର ବାହାରେ ଥିବା ଏକ ଗାଡିରୁ ଆୟକର ବିଭାଗ ଉପରୋକ୍ତ ଟଙ୍କା ଜବତ କରିବା ପରେ ଏହାର ମାଲିକକୁ ନୋଟିସ ଦିଆଯାଇଛି ।
ତେବେ ଆୟକର ବିଭାଗ ବିଜେପି କାର୍ଯ୍ୟାଳୟ କିମ୍ବା ପ୍ରାର୍ଥୀଙ୍କ ଚଢ଼ାଉ କାହିଁକି କରୁ ନାହିଁ ବୋଲି ପ୍ରଶ୍ନ କରିଛି । ରକ୍ସୋଲରେ ବିଜେପି ପ୍ରାର୍ଥୀଙ୍କଠାରୁ ବହୁମାତ୍ରାରେ ସୁନା, ରୂପା ଜବତ କରାଯାଇଥିଲେ ମଧ୍ୟ ଆୟକର ବିଭାଗ ସେଠାକୁ କାହିଁକି ଯାଉ ନାହିଁ ବୋଲି ବିହାର କଂଗ୍ରେସ ଦାୟିତ୍ୱରେ ଥିବା ଶକ୍ତି ସିଂ ଗୋଏଲ କହିଛନ୍ତି ।
Comments are closed.