Latest Odisha News

BREAKING NEWS

ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ ଲାଗି ରେଳସେବା ପ୍ରଭାବିତ

ଭୁବନେଶ୍ୱର: ଓଡ଼ିଶାର ରାୟଗଡ଼ା ଓ ସିଂହପୁର ରେଳ ଷ୍ଟେସନ ମଧ୍ୟରେ ନିର୍ମାଣାଧିନ ଲିମିଟେଡ୍ ହାଇଟ୍ ସବୱେ (ଏଲଏଚଏସ)ର ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ ଲାଗି ନିମ୍ନ ଲିଖିତ ଟ୍ରେନ ଗୁଡ଼ିକର ଚଳାଚଳ ଆଂଶିକ ଭାବେ ବାଧାପ୍ରାପ୍ତ ହେବ ।

କ – ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସ ୧୩.୧୨.୨୦୧୮ ତାରିଖ ଦିନ ସମ୍ବଲପୁର ଓ ମୁନିଗୁଡ଼ା ମଧ୍ୟରେ ଚଳାଚଳ କରି ମୁନିଗୁଡ଼ା ଓ ରାୟଗଡ଼ା ମଧ୍ୟରେ ଉଭୟ ପଟରୁ ରେଳ ଚଳାଚଳ ବାତିଲ ହେବ ।

ଖ – ୧୮୦୦୫ ହାଓଡ଼ା-ଜଗଦ୍ଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ୧୨.୧୨.୨୦୧୮ ତାରିଖ ଦିନ ହାଓଡ଼ାରୁ, ୫୮୫୨୭ ରାୟପୁର-ବିଶାଖାପାଟଣା ପ୍ୟାସେଞ୍ଜର ଟ୍ରେନ ରାୟପୁରରୁ ଏବଂ ୫୮୩୦୧ ସମ୍ବଲପୁର-କୋରାପୁଟ ପ୍ୟାସେଞ୍ଜର ଟ୍ରେନ ୧୩.୧୨.୨୦୧୮ ତାରିଖ ଦିନ ସମ୍ବଲପୁରରୁ ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ଉପଯୁକ୍ତ ଭାବେ ନିୟନ୍ତ୍ରିତ ହେବ ।

Leave A Reply

Your email address will not be published.