Latest Odisha News

BREAKING NEWS

ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ; ସେନା ଓ ପୋଲିସ୍‌ ମୁହାଁମୁହିଁ;

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନିଦ ହଜିଯାଇଛି। ସୂଚନା ଅନୁଯାୟୀ ତାଙ୍କ ଇସ୍ତଫା ଦାବି କରୁଥିବା ବିରୋଧୀଙ୍କ ଦୁଇଟି ରାଲି ଯୋଗୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହି ସମୟରେ କରାଚିରେ ନୱାଜ ସରିଫଙ୍କ ପୁତୁରାଙ୍କୁ ଗିରଫ କରିଯିବା ସହ  କରାଚି ପୋଲିସ ଓ  ପାକ୍ ସେନା ମୁହାଁମୁହିଁ ହୋଇଛନ୍ତି।

ଏହାଦ୍ୱାରା ଗୃହଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଛି।  ତେବେ ଏସବୁର ମୂଳରେ ଇମ୍ରାନ ଖାନ୍‌ ବୋଲି ଅଭିଯୋଗ ହେଉଛି। ତେବେ ଇମ୍ରାନ୍‌ ଖାନ୍‌ ଏହି ମନମୁଖୀ ଶାସନର ଉଚ୍ଛେଦ ପାଇଁ ଏକ ପ୍ରକାର ଅଭିଯାନ  ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.