Latest Odisha News

BREAKING NEWS

କୋରାପୁଟରୁ ଜବତ ହେଲା ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ଥାନା ଅନ୍ତର୍ଗତ ଏକଟାଗୁଡା ଗ୍ରାମ ନିକଟରୁ ଶୁକ୍ରବାର ଦିନ ଓଡିଶା ପୋଲିସ ପ୍ରାୟ ୧୩ କ୍ୱିଣ୍ଟାଲ୍ ର ଗଞ୍ଜେଇ ଜବତ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଘଡୁ କିରସାନୀ ନାମକ ଜଣେ ବ୍ୟକ୍ତିଙ୍କ ଏକ ଗୋଦାମରୁ ଜବତ କରାଯାଇଛି ।

ହେଲେ ଘଡୁ ଫେରାର ହେବାରେ ସଫଳ ହୋଇଥିବା ବେଳେ ତାକୁ ଖୁବ୍ ଶୀଘ୍ର ଧରାଯିବ ବୋଲି କହିଛନ୍ତି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ।

ତେବେ ଉକ୍ତ ନିଶାଦ୍ରବ୍ୟ ଗୁଡିକ ପଞ୍ଜାବ, ଝାଡଖଣ୍ଡ, ଛତିଶଗଡ, ମହାରାଷ୍ଟ୍ର ଓ ଦିଲ୍ଲୀ ଆଦିକୁ ଟ୍ରାନ୍ସପୋର୍ଟ ହେଉଥିବା େଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.