Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଲେ ବିଜାତଳାର ବିଜୟୀ ଜିଲ୍ଲା ପରିଷଦ ସଭ୍ୟ

ଭୁବନେଶ୍ୱର:ମୟୂରଭଞ୍ଜ ଜିଲ୍ଲା ବିଜାତଳା ଜିଲ୍ଲା ପରିଷଦ ଜୋନ୍‍ ନଂ-୩୨ ଓ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ସରପଞ୍ଚ, ସମିତି ସଭ୍ୟ ଉପ-ନିର୍ବାଚନରେ ବିଜୟୀ ବିଜୁ ଜନତା ଦଳର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ।

ବିଜାତଳା ଉପ-ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ ରଘୁନାଥ ମାଝୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କୁ ୪୨୧୨ ଭୋଟ୍‍ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲେ । ଏହି ଅବସରରେ ଶ୍ରୀ ମାଝୀ ୨୦୦ରୁ ଅଧିକ ଦଳୀୟ କର୍ମୀଙ୍କ ସହ ଆଜି ସକାଳେ ଦଳୀୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି । ସଭାପତି ନବୀନ ପଟ୍ଟନାୟକ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ଗଣତନ୍ତ୍ରର ଉଚ୍ଚତର ମୂଲ୍ୟବୋଧକୁ ସମ୍ମାନ ଦେଇ ନିଜ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଦଳର ସାଧାରଣ ସଂପାଦକ ତଥା ମୁଖପାତ୍ର ଡ. ଅରୁଣ କୁମାର ସାହୁ କହିଥିଲେ ଯେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବିଜୁ ଜନତା ଦଳ ଏକାଠି ହୋଇଛି ଏବଂ ସମସ୍ତଙ୍କ ପରିଶ୍ରମ ଫଳରେ ବିଜୁ ଜନତା ଦଳ ବିଜୟୀ ହୋଇଛି । ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନସାଧାରଣଙ୍କ ଅତୁଟ ଶ୍ୱାସ ଓ ଆଶୀର୍ବାଦ ରହିଛି । ସୂଚନାଯୋଗ୍ୟ, ସ୍ୱାଧୀନତା ପରଠାରୁ ବିଜାତଳା ଜିଲ୍ଲା ପରିଷଦ ଜୋନ୍‍ ନଂ-୩୨ ଆସନରୁ କେବେବି ତକ୍ରାଳୀନ ଜନତା ଦଳ କିମ୍ବା ବର୍ତ୍ତମାନର ବିଜୁ ଜନତା ଦଳ ପ୍ରାର୍ଥୀ ଜିତିପାରିନଥିଲେ । ଏହି ଆସନଟି ଗତ ୨ଟି ନିର୍ବାଚନରେ ବିଜେପି ଓ ତା’ପୂର୍ବରୁ ଜେଏମ୍‍ଏମ୍‍ କବ୍‍ଜାରେ ରହିଥିଲା । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ୭ ହଜାର ଭୋଟ ପାଇଥିବା ବେଳେ ଜେଏମ୍‍ଏମ୍‍ ୫ହଜାର ଓ ବିଜେଡି ୩ ହଜାର ଭୋଟ ପାଇଥିଲା ।

ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବାଙ୍ଗିରିପୋଷୀ ବିଧାୟକ ସୁଦାମ ମାର୍ଣ୍ଡି, ସାରସକଣା ବିଧାୟକ ଭାଦବ ହାଁସଦା, ବଡ଼ସାହି-ଗଣେଶ୍ୱର ପାତ୍ର, ସାଂସଦ ସରୋଜିନୀ ହେମ୍ବ୍ରମ୍‍, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡା. ଦେବାଶିଷ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.