ହିମାଳୟରେ ବଡ଼ ଧରଣର ଭୂକମ୍ପ ନେଇ ପୂର୍ବାନୁମାନ
ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ସମଗ୍ର ହିମାଳୟ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ହେବାର ସମ୍ଭାବନା ରହିଛି ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୮ ପର୍ଯ୍ୟନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯଦି ଏହା ଘଟେ ତେବେ ତେବେ ଏହାର ପ୍ରଭାବ ଭାରତରୁ ପାକିସ୍ଥାନ ପର୍ଯ୍ୟନ୍ତ ଦେଖାଯିବ।
ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ହିମାଳୟ ଅଞ୍ଚଳରେ ତୀବ୍ର ଭୂକମ୍ପ ହେବାର ସମ୍ଭାବନା ରହିଛି ଏବଂ ଏ ନେଇ ଚେତାବନୀ ଦିଆଯାଇଛି। ତେବେ ବୈଜ୍ଞାନିକମାନଙ୍କର ଏହି ଆକଳନ ଭୌଗୋଳିକ, ଐତିହାସିକ ଏବଂ ଜିଓଫିଜିକାଲ୍ ତଥ୍ୟର ସମୀକ୍ଷା ଉପରେ ଆଧାରିତ। ରିପୋର୍ଟ ଅନୁଯାୟୀ ହିମାଳୟର ପଥର ପୃଷ୍ଠ ଓ ମାଟିର ପରୀକ୍ଷଣ ଏବଂ ରେଡିଓକାର୍ବନ୍ ବିଶ୍ଳେଷଣ ପରେ ଏକ ଭୟଙ୍କର ଭୂକମ୍ପ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।
ବୈଜ୍ଞାନିକ ଷ୍ଟିଭେନ୍ ଜି ଭୋସ୍ନୋସ୍କି ଏହି ଅନୁସନ୍ଧାନ ବିଷୟରେ କହିଛନ୍ତି ଯେ ହିମାଚଳ ଅଞ୍ଚଳ ପୂର୍ବରେ ଭାରତ ଏବଂ ପଶ୍ଚିମରେ ପାକିସ୍ଥାନରେ ରହିଛି, ତେଣୁ ଏହାର ପ୍ରଭାବ ସେହି ଅଞ୍ଚଳରେ ବେଶି ଦେଖାଯିବ। ଅତୀତରେ, ଏହି ଅଞ୍ଚଳ ଅନେକ ବଡ଼ ଭୂକମ୍ପର କେନ୍ଦ୍ର ପାଲଟିଛି।
ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ଏପରି ଭୟଙ୍କର ଭୂକମ୍ପ ହୁଏ, ତେବେ ଭାରତର ଚଣ୍ଡିଗଡ଼, ଡେରାଡୁନ୍ ଏବଂ ନେପାଳର କାଠମାଣ୍ଡୁ ଭଳି ବଡ଼ ସହର ଏହା ଦ୍ୱାରା ସିଧାସଳଖ ପ୍ରଭାବିତ ହେବେ।