Latest Odisha News

BREAKING NEWS

ଓଲଟି ପଡିଲା ମାଛ ବୋଝେଇ ଗାଡି: ସାହାଯ୍ୟ ବଦଳରେ ମନଇଚ୍ଛା ଲୁଟି ନେଲେ ଲୋକେ

ପାରାଦୀପ: ପାରାଦୀପ ମାଛଧରା ବନ୍ଦରରୁ ଦିଘା ଯାଉଥିବା ଏକ ପିକପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାସ୍ତା ମଝିରେ ବିଛାଡି ହୋଇ ପଡିଥିଲା ୪ ଲକ୍ଷ ଟଙ୍କାର ମାଛ।

ମାତ୍ର ସାହାଯ୍ୟ ବଦଳରେ ଯିଏ ପାଇଲା ସେ ବୋହି ନେଇ ଚାଲିଲେ। ବାଟରେ ଯାଉଥିବା ଲୋକମାନେ ପଲିଥିନ୍ ଓ ବ୍ୟାଗରେ ଭର୍ତ୍ତି କରି ନେଇ ଚାଲିଲେ ମାଛ। ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚିବା ବେଳକୁ ପାଖାପାଖି ଅଧା ମାଛ ଲୋକ ନେଇଯାଇଥିଲେ।

ଚଣ୍ଡିଖୋଲ ରାସ୍ତା ଜାମ୍ ଯୋଗୁଁ ପିକପ୍ ଭ୍ୟାନଟି ଭୂତମୁଣ୍ଡାଇ ନିକଟରୁ ଚଣ୍ଡିଖୋଲ ରାସ୍ତାକୁ ଉଠିବା ପାଇଁ ଜଗତସିଂହପୁର ରାସ୍ତାରେ ପଶି ଯାଉଥିବା ବେଳେ ପାରାଦ୍ବୀପ ଗଡ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ମାଛ ଗୁଡିକ ରାସ୍ତା ଉପରେ ବିଛାଇ ହୋଇ ପଡିଥିଲା।

ଏହି ଦୁର୍ଘଟଣାରେ ଗାଡିର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଗାଡିଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହିତ ମାଛ ବ୍ୟବସାୟୀ ପହଞ୍ଚି ବଳକା ମାଛଗୁଡିକୁ ପୁଣି ବରଫ ଦେଇ ପ୍ୟାକିଂ କରି ଅନ୍ୟ ଏକ ଗାଡି ସାହାଯ୍ୟ ରେ ଦିଘା ପଠାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.