ନୂଆଦିଲ୍ଲୀ: କ୍ରୀଡାପ୍ରେମୀଙ୍କ ପାଇଁ ଆଉ ଏକ ନୈରାଶ୍ୟଜନକ ଖବର । ଦୀର୍ଘ ଦିନ ପ୍ରତୀକ୍ଷା ପରେ ଶେଷର ଜୁନିୟର ୱାର୍ଲ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପକୁ ବାତିଲ କରାଯାଇଛି । କରୋନା ମହାମାରୀ ଯୋଗୁ ଏହି ନିଷ୍ପତି ନିଆଯାଇଛି । ବ୍ୟାଡମିଂଟନ ୱାର୍ଲ୍ଡ ଫେଡେରେଶନର ସମ୍ପାଦକ ଥମାସ ଲୋଣ୍ଡ ଏହା ଘୋଷଣା କରିଛନ୍ତି ।
ପ୍ରଥମେ ଏହି ଟୁର୍ଣ୍ଣାମେଂଟ ସେପ୍ଟେମ୍ବର/ଅକ୍ଟୋବରରେ ଭାରତର ନୂଆଦିଲ୍ଲୀରେ ହେବାକୁ ଥିଲା । କରୋନା ଯୋଗୁ ଏହାକୁ ଘୁଂଚାଇ ଦିଆଯାଇଥିଲା । ଶେଷରେ ୨୦୨୧ ଜାନୁୟାରୀରେ ଏହି ମେଗା ଇଭେଂଟକୁ ନ୍ୟୁଜିଲାଣ୍ଡରେ କରାଯିବା ପାଇଁ ଚୂଡାନ୍ତ କରାଯାଇଥିଲା । ଏବେ ଏହାକୁ ମଧ୍ୟ ବାତିଲ କରାଯାଇଛି ।
Comments are closed.