Latest Odisha News

BREAKING NEWS

ୟୁଏନ୍‌ ମହାସଚିବଙ୍କ କଡା ଚେତାବନୀ; କରୋନା ଆମ ସମୟର ସବୁଠୁ ବଡ଼ ସଙ୍କଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମହାସଚିବ କହିଛନ୍ତି ଯେ କରୋନା ମହାମାରୀ ହେଉଛି ଆମ ସମୟର ସବୁଠାରୁ ବଡ ସଙ୍କଟ। ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀର ଅନ୍‌ଲାଇନ୍‌ ଅଧିବେଶନକୁ ଉଦ୍‌ଘାଟନ କରିବା ସମୟରେ ଆଣ୍ଟୋନିୟୋ ଗୁଟାରିସ୍ ଏହା କହିଛନ୍ତି। ସେ କହିଛନ୍ତି ଯେ ଏହି ମହାମାରୀର ମୁକାବିଲା ପାଇଁ ବିକଶିତ ଦେଶଗୁଡିକ ସେହି ଦେଶଗୁଡିକୁ ସାହାଯ୍ୟ କରିବା ଉଚିତ ଯେଉଁମାନଙ୍କର ସମ୍ବଳ ଅଭାବ ରହିଛି।

କରୋନା ମହାମାରୀର ବିପଦ ଦିନକୁ ଦିନ ବଢିବାରେ ଲାଗିଛି। ଦୁନିଆରେ କରୋନା ସଂକ୍ରମଣ ସଂଖ୍ୟା ସାଢେ ଚାରି କୋଟିରେ ପହଞ୍ଚିଛି। ଏହି ବିପଜ୍ଜନକ ରୋଗର ସର୍ବାଧିକ ସଂଖ୍ୟା ଆମେରିକାରେ ଦେଖିବାକୁ ମିଳିଛି। ଏହା ପରେ ଭାରତ, ବ୍ରାଜିଲ, ରୁଷିଆ, ଫ୍ରାନ୍ସରେ ସର୍ବାଧିକ ସଂଖ୍ୟକ ମାମଲା ରୁଜୁ ହୋଇଛି।

 

 

Comments are closed.