Latest Odisha News

ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ । ଜଣେ ଡ୍ରାଇଭରଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ତେବେ ହାଜାରେ କି ଲକ୍ଷେ ନୁହେଁ ଏକାଥରକେ ୨୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ରାଉରକେଲା ସେକ୍ଟର-୨୦ର ଜଣେ ଡ୍ରାଇଭରଙ୍କୁ ଏ ନେଇ ଜିଏସ୍‌ଟି ବିଭାଗ ନୋଟିସ୍ ପଠାଇଛି।

ଏହି ଡ୍ରାଇଭରଙ୍କ ନାଁରେ ୨୮ କୋଟି ୨୮ଲକ୍ଷ ଟଙ୍କାର ଠକେଇ ନେଇ ନୋଟିସ୍ ହୋଇଛି। ଏ ବାବଦରେ ଡ୍ରାଇଭରଙ୍କୁ ୪ କୋଟି ଟଙ୍କାର ଜୋରିମାନା ଦେବାକୁ ମଧ୍ୟ ନୋଟିସ୍ କରାଯାଇଛି। ତେବେ ଜିଏସ୍‌ଟି ଠକେଇ ସମ୍ପର୍କରେ ଡ୍ରାଇଭର୍ ଜଣକ କିଛି ଜାଣିନଥିବା କହିଛନ୍ତି। ତାଙ୍କ ନାଁକୁ ବ୍ୟବହାର କରି ଆଉ କେହି ଏଭଳି ଠକେଇ କରିଥିବା ସେ ଅଭିଯୋଗ କରିଛନ୍ତି।

Comments are closed.