Latest Odisha News

BREAKING NEWS

[ଭିଡିଓ] ପାକିସ୍ତାନୀ ଜୁମ୍ ମିଟିଂରେ ଶୁଭିଲା ଜୟ ଶ୍ରୀରାମ, ଜୟ ହନୁମାନ !

ନୂଆଦିଲ୍ଲୀ: ପାକିସ୍ତାନୀଙ୍କ ନିଦ ହଜାଇଦେଲେ ଭାରତୀୟ ହ୍ୟାକର୍ । କାଶ୍ମୀରକୁ ନେଇ ଚାଲିଥିଲା ପାକିସ୍ତାନୀ କୁଟନୀତିଜ୍ଞଙ୍କ ଜୁମ୍ ମିଟିଂ । ଫେସ୍‌ବୁକ୍‌ରେ ଏହି ଭିଡିଓ କନଫେରେନ୍ସ ଲାଇଭ୍ ଚାଲିଥିଲାବେଳେ ଶୁଭିଥିଲା ଜୟ ଶ୍ରୀରାମ ଓ ଜୟ ହନୁମାନ ଭଜନ ।

ମଙ୍ଗଳବାର ପାକିସ୍ତାନୀ କୁଟନୀତିଜ୍ଞଙ୍କ ଗୋଷ୍ଠୀ, କିଛି ଆତ୍ମଘୋଷିତ ମାନବାଧିକାର କର୍ମୀ ଓ ପାକିସ୍ତାନୀ ସମର୍ଥକଙ୍କୁ ନେଇ ଏକ ଅନ୍‌ଲାଇନ୍ ଜୁମ୍ ମିଟିଂ ଚାଲିଥିଲା । ଏହି ଭିଡିଓ କନଫେରେନ୍ସର ଶୀର୍ଷକ ରହିଥିଲା ।

ସି.ଜେ ୱେର୍‌ଲମ୍ୟାନ ନାମକ ଜଣେ ଇସାଲାମ୍ ସମର୍ଥକ ଏହି ମିଟିଂର କର୍ତ୍ତା ସାଜିଥିଲା । ତେବେ କାଶ୍ମୀର ତଥା ଭାରତ ବିରୋଧୀ ଆଲୋଚନା ଆରମ୍ଭ ହେବା ମାତ୍ରେ କିଛି ଭାରତୀୟ ସମର୍ଥକଙ୍କ ଆକାଉଣ୍ଟ ଜୁମ୍ ସ୍କ୍ରିନରେ ଦେଖିବାକୁ ମିଳିଥିଲା । କାଶ୍ମୀର ମାମଲାକୁ ନେଇ ମିଛ ଆଲୋଚନାକୁ ସେମାନେ ଅଟକାଇବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ ।

ତେବେ ଘଟଣା ଏତିକିରେ ଥମିନଥିଲା । ପାକିସ୍ତାନୀଙ୍କୁ ପାନେ ଦେବା ପାଇଁ ଭାରତୀୟ ସମର୍ଥକମାନେ କ୍ରମାଗତ ହିନ୍ଦୁ ଦେବାଦେବୀଙ୍କ ଭଜନ ବଜାଇଥିଲେ । ଯେଉଁଥିରେ ଜୟ ଶ୍ରୀରାମ ଓ ଜୟ ହନୁମାନର ନାରା ବି ରହିଥିଲା । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ପାକିସ୍ତାନୀଙ୍କ ଆଲୋଚନା ଚକ୍ରରେ ଭାରତୀୟମାନେ ବାରମ୍ବାର ଭଜନ ବଜାଇ ସେମାନଙ୍କୁ ଚୁପ୍ ରହିବାକୁ ବାଧ୍ୟ କରିଥିଲେ ।

Comments are closed.