ଭୁବନେଶ୍ୱର: ନଭେମ୍ବର ମାସରେ ରାଜ୍ୟରେ କେମିତି ଚାଲିବ ସରକାରୀ ଅଫିସ୍ ? ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁଥିରେ ଉଲ୍ଲେଖ ରହିଛି, ନଭେମ୍ବରରେ ଭୁବନେଶ୍ୱର ଓ କଟକରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ।
କେଉଁ କର୍ମଚାରୀ କେବେ ଓ କେତେବେଳେ ଆସିବ ବିଭାଗୀୟ ମୁଖ୍ୟ ସ୍ଥିର କରିବେ । ଅଫିସ କାମ ଯେଭଳି ବାଧାପ୍ରାପ୍ତ ନହେବ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । କିନ୍ତୁ ଜରୁରିକାଳୀନ ସେବା ଯୋଗାଉଥିବା ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ, ଏସଆରସି, ସ୍ୱାସ୍ଥ୍ୟସେବା, ମ୍ୟୁନିସିପାଲିଟି ଆଦି ପୂର୍ଣ୍ଣ କ୍ଷମତାରେ ଚାଲିବ ।
ନଭେମ୍ବର ମାସରେ ମଧ୍ୟ ସାରା ରାଜ୍ୟରେ ଶନିବାର ବନ୍ଦ ରହିବ ସରକାରୀ ଅଫିସ । କୋଭିଡ୍ ଗାଇଡଲାଇନକୁ ସମସ୍ତେ କଡ଼ାକଡ଼ି ପାଳନ କରିବେ । କର୍ମଚାରୀ କୋଭିଡ୍ ସଂକ୍ରମିତ ବାହାରିଲେ, VPN ଜାରି କରାଯାଇଥିବା କର୍ମଚାରୀ ଓ୍ୱାର୍କ ଫ୍ରମ୍ ହୋମ୍ କରିପାରିବେ ।
Comments are closed.