Latest Odisha News

BREAKING NEWS

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୫ ଲକ୍ଷ ୪୮ ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ବିପଦ ବୃଦ୍ଧି ପାଇବାରେ ଲାଗିଛି। ମହାମାରୀ କରୋନା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ୱରେ ମୋଟ ୫,୪୮,୮୫୬ ଟି ନୂଆ ମାମଲା ରିପୋର୍ଟ ହୋଇଥିବା ବେଳେ ୭୧୫୭ ଜଣ ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି।
ୱାର୍ଲଡ ମିଟର ଅନୁଯାୟୀ ମୋଟ ୩ କୋଟି ୩୨ ଲକ୍ଷ ୪୩ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ଏହି ମହାମାରୀ ଦ୍ୱାରା ପ୍ରଭାବିତ ଶ୍ରେଷ୍ଠ- ୫ ଦେଶରେ ଆରୋଗ୍ୟ ହାର ମଧ୍ୟ ଉନ୍ନତ ହେବାରେ ଲାଗିଛି।

ଆମେରିକାରେ ଏପର୍ଯ୍ୟନ୍ତ ୫୯ ଲକ୍ଷ ୮୩ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଭାରତରେ ମୋଟ ୭୩ ଲକ୍ଷ ୭୧ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ବ୍ରାଜିଲରେ ୪ ଲକ୍ଷ ୯୫ ହଜାର ଲୋକ, ରୁଷିଆରେ ୧୧ ଲକ୍ଷ ୮୬ ହଜାର ଲୋକ ଏବଂ ଫ୍ରାନ୍ସରେ ୧ ଲକ୍ଷ ୧୫ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.