Latest Odisha News

BREAKING NEWS

ରାଜଧାନୀରେ କମୁଛି କରୋନା, ହେଲେ କମୁନି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତଳମୁହାଁ ହେଉଛି କରୋନା । ଗତ କିଛି ଦିନ ହେବ ଲଗାତର ଶହେ ତଳେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ତେବେ କରୋନା ରୋଗୀଙ୍କ ସଂଖ୍ୟା କମିଥିବା ବେଳେ ସ୍ଥାନୀୟ ସଂକ୍ରମଣ କିନ୍ତୁ କମୁନାହିଁ । ଏଠାରେ କ୍ୱାରେଂଟାଇନ୍ ଅପେକ୍ଷା ଲୋକାଲ କଂଟାକ୍ଟ କେସ୍ ଅଧିକ ରହୁଛି । ଗତ ୨୪ ଘଂଟାରେ ରାଜଧାନୀରେ ୮୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ କ୍ୱାରେଂଟାଇନ୍‌ରୁ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୬୨ ରହିଛି । ଏହାସହ ୨୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।

ଏହାକୁ ମିଶାଇ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୧୫୩ରେ ପହଂଚିଛି । ସେଥିମଧ୍ୟରୁ ୨୭,୫୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୬୬ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୧୪୨୩ଟି ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.