ପୁରୀ: ଶ୍ରୀମନ୍ଦିର ରେ କୁମାରପୂର୍ଣ୍ଣିମା ଅବସରରେ ଅନନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭିତର ଚନ୍ଦନ ଲାଗି ଓ ବଡ଼ସିଂହାର ବେଶ ପରେ ସିଂହାସନ ତଳେ ଶକଟା, ପଶା ଓ କଉଡି ଖେଳ ହୋଇଥିଲା ।
ସିଂହାସନ ତଳେ ଏହା ସରିବା ପରେ ସିଂହାସନ ଉପରେ ମଧ୍ୟ ଏହି କଉଡି ଖେଳ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରର ପରମ୍ପରାରେ ଏହା ଦ୍ୟୂତ କ୍ରୀଡା ଉତ୍ସବ ନାମରେ ଅଭିହିତ ।
ଏହି ଦ୍ୟୂତ କ୍ରୀଡାରେ ଲକ୍ଷ୍ମୀଙ୍କଠାରୁ ମହାପ୍ରଭୁ ହାରିଯାଇଥିବାରୁ କୁନି ମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହନ୍ତି ।
Comments are closed.