Latest Odisha News

BREAKING NEWS

ଲକଡାଉନ୍ ରିଟର୍ଣ୍ଣସ୍: ଇଂଲଣ୍ଡରେ ପୁଣି ଲକଡାଉନ୍ ଘୋଷଣା

ଲଣ୍ଡନ: କରୋନା ମହାମାରୀ ବିରୋଧରେ ଲଢ଼େଇ ଭିତରେ ପୁଣି ଫେରିଲା ଲକଡାଉନ୍ । ବ୍ରିଟେନରେ କରୋନାର ଥାର୍ଡ ଓ୍ୱେଭ୍ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଇଂଲଣ୍ଡକୁ ପୁଣି ଲକଡାଉନ୍ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ।

ଆସନ୍ତା ଗୁରୁବାରଠାରୁ (ନଭେମ୍ୱର ୫ତାରିଖ) ମାସ ଯାଏ ଲକଡାଉନରେ ରହିବ ପୁରା ଇଂଲଣ୍ଡ । କରୋନା ସଂକ୍ରମଣକୁ ଦୃଷ୍ଟିରେ ଆସନ୍ତା ଡିସେମ୍ୱର ୨ ତାରିଖ ଯାଏ ଲକଡାଉନ୍ ଘୋଷଣା କରାଯାଇଛି । ଇଂଲଣ୍ଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କହିଛନ୍ତି, ଆଉ କିଛି ବିକଳ୍ପ ନାହିଁ ।

ଏହି ସମୟରେ ସ୍କୁଲ ଓ ବିଶ୍ୱବିଦ୍ୟାଳୟ ଖୋଲା ରହିବ । ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ରେଷ୍ଟୁରାଣ୍ଟ, ପବ୍ ଓ ହୋଟେଲ ଆଦି ବନ୍ଦ ରହିବ । ଲୋକଙ୍କ ଯାଆସ ଉପରେ ଲାଗିଛି କଟକଣା । ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଇଂଲଣ୍ଡର ବିଭିନ୍ନ ହସ୍ପିଟାଲରେ ବେଡ୍ ବି ଫୁଲ୍ ହେଲାଣି ।

Leave A Reply

Your email address will not be published.