Latest Odisha News

BREAKING NEWS

ଅଲ-କାଏଦାର ସନ୍ଦିଗ୍ଧ ପଶ୍ଚିମବଙ୍ଗରୁ ଗିରଫ

କୋଲକାତା: ଏନଆଇଏ ଆଜି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ସଦସ୍ୟ ଅବଦୁଲ ମୋମିନ୍‌ଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି।  ତାଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିଦାବାଦରେ । ସେ କେରଳ ଓ ପଶ୍ଚିମବଙ୍ଗରେ ଅଲକାଏଦା ପକ୍ଷରୁ ଘଟାଇଥିବା ଏକାଧିକ ମାମଲାରେ ଜଡ଼ିତ ଥିବା ଏନଆଇଏ ସନ୍ଦେହ କରୁଛି । ଏନଆଇଏ ପଶ୍ଚିମବଙ୍ଗରୁ ଅଲକାଏଦା ସହ ସମ୍ପର୍କ ରଖିଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ।

ଗିରଫ ହୋଇଥିବା ଅବଦୁଲ ମୋମିନ ମୁର୍ଶିଦାବାଦରେ ଥିବା ଗୋଟିଏ ମଦ୍ରାସାରେ ଶିକ୍ଷକତା କରୁଥିଲେ । ଅଲକାଏଦା ପକ୍ଷରୁ ଆୟୋଜିତ ହୋଇଥିବା ବୈଠକରେ ସେ ଯୋଗ ଦେଇଥିବା ଅଭିଯୋଗ ହୋଇଛି । ସେ ସଂଗଠନର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ଓ ପାଣ୍ଠି ସଂଗ୍ରହ କରିବା ଦାୟିତ୍ୱ ମଧ୍ୟ ପାଇଥିଲେ । ମୋମିନଙ୍କ ନିକଟରୁ କିଛି ଡିଜିଟାଲ ଡିଭାଇସ ଓ ଦସ୍ତାବିଜ ଜବତ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.