ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଚାଇନାର ଉହାନ୍ ଅଭିମୁଖେ ଯାଇଥିବା ଏକ ବିମାନରେ ୧୯ ଜଣ ଯାତ୍ରୀଙ୍କ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବିମାନ ବନ୍ଦେ ଭାରତ ମିଶନ ଅଧୀନରେ ନୂଆଦିଲ୍ଲୀରୁ ଉହାନ୍କୁ ଯାଇଥିଲା। ଅନ୍ୟପକ୍ଷରେ ସୋମବାର ଚୀନ୍କୁ ଭାରତ ଏଭଳି ଆହୁରି ଚାରିଟି ବିମାନ ଉହିବା ନେଇ ଘୋଷଣା କରିଛି। ଚାଇନାକୁ ଏହି ନୂତନ ବିମାନଗୁଡ଼ିକ ନଭେମ୍ବର ୧୩ ରୁ ଉଡାଣ ଆରମ୍ଭ କରିବ।
ଅକ୍ଟୋବର ୩୦ରେ ଭାରତରୁ ଉହାନ୍ ଅଭିମୁଖେ ଯାତ୍ରା କରୁଥିବା ବନ୍ଦେ ଭାରତ ମିଶନର ଏୟାର ଇଣ୍ଡିଆ ବିମାନରେ ୧୯ ଜଣ ଯାତ୍ରୀ ଚାଇନାର ଉହାନ୍ ବିମାନବନ୍ଦରରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଅକ୍ଟୋବର ୩୦ରେ ଉହାନ୍କୁ ଉଡ଼ାଣ ଭରିଥିବା ଏହି ବିମାନ ଭାରତରୁ ଚାଇନାକୁ ଷଷ୍ଠ ବିମାନ ହୋଇଥିବାବେଳେ ଗତ ବର୍ଷ ଡିସେମ୍ବରରେ ଏହା ଉହାନ୍କୁ ପ୍ରଥମ ବିମାନ ଥିଲା। ଏହି ବିମାନରେ ୨୭୭ ଭାରତୀୟ ନୂଆଦିଲ୍ଲୀରୁ ଉହାନ୍କୁ ଉଡିଥିଲେ ଏବଂ ୧୫୭ଜଣ ଭାରତୀୟଙ୍କୁ ସେଠାରୁ ମେଗା ମିଶନ ଅଫ୍ ଇଣ୍ଡିଆ ଅଧୀନରେ ଅଣାଯାଇଥିଲା।
ସୂଚନା ଅନୁଯାୟୀ ବେଜିଂରେ ଥିବା ଭାରତୀୟ ଦୂତାବାସ ଘୋଷଣା କରିଛି ଯେ ବନ୍ଦେ ଭାରତ ମିଶନ ଅଧୀନରେ ୧୩, ୨୦, ୨୭ ନଭେମ୍ବର ଏବଂ ୪ ଡିସେମ୍ବରରେ ଏୟାର ଇଣ୍ଡିଆ ଦିଲ୍ଲୀକୁ ଚାରିଟି ବିମାନ ଚଳାଚଳ କରିବାକୁ ଯୋଜନା କରୁଛି।
ଉଲ୍ଲେଖ ଥାଉ କି ଚୀନ୍ର ଉହାନ୍ରେ ମହାମାରୀ କରୋନା ଆରମ୍ଭ ହୋଇଥିଲା। କୋଭିଡ -୧୯ ଆରମ୍ଭ ହେତୁ ମାର୍ଚ୍ଚରେ ଭାରତ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହା ପରେ ଭାରତ ମେ ମାସରେ ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲା, ଯେଉଁଥିରେ ବିଦେଶୀ ଭାରତୀୟଙ୍କୁ ବିଦେଶରୁ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଏହି ମିଶନ ଅଧୀନରେ ୨୦ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଫେରାଇ ନିଆଯାଇଛି।
ଭାରତୀୟ ଦୂତାବାସର ଅଧିକାରୀ କହିଛନ୍ତି ଯେ ୧୯ ଜଣ ଭାରତୀୟ କରୋନା ପଜିଟିଭ ଥିବା ଜଣାପଡିଛି, ଏହା ସହିତ ଅନ୍ୟ ୩୯ ଜଣଙ୍କଠାରେ ଆଣ୍ଟିବଡି ମଧ୍ୟ ମିଳିଛି। ସମସ୍ତ ଭାରତୀୟ ଯାତ୍ରୀଙ୍କୁ ବିମାନରେ ଯିବା ପୂର୍ବରୁ ଦୁଇଟି କରୋନୋ ଭାଇରସ୍ ପରୀକ୍ଷା କରିବାକୁ ପଡିଥିଲା।
Comments are closed.