ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଟ୍ରେଣ୍ଡ । ଦୈନିକ କେସ୍ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଚାରେ ସଂକ୍ରମିତ ହୋଇଛନ୍ତି ଆଉ ୩୮ ହଜାର ୩୧୦ ଜଣ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩କୁ ବୃଦ୍ଧି ପାଇଛି ।
ଲକ୍ଷେ ୨୩ ହଜାର ମୃତ୍ୟୁ
ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଯାଇଛି ଆଉ ୪୯୦ ଆକ୍ରାନ୍ତଙ୍କ ଜୀବନ । ମହାମାରୀରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୩ ହଜାର ୦୯୭ ଆକ୍ରାନ୍ତ ପ୍ରାଣ ହରାଇଲେଣି । ଦେଶରେ ମୃତ୍ୟୁହାର ରହିଛି ୧.୪୯% ।
ବଢୁଛି ସୁସ୍ଥତା, କମୁଛି ଆକ୍ଟିଭ୍ କେସ୍
ଦେଶରେ ଆକ୍ରାନ୍ତଙ୍କ ଅପେକ୍ଷା ଦୈନିକ ବଢୁଛି ସୁସ୍ଥ ସଂଖ୍ୟା । ଯାହାକି ଦେଶବାସୀଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୫୮ ହଜାର ୩୨୩ ସଂକ୍ରମିତ । ସୁସ୍ଥ ସଂଖ୍ୟା ୭୬ ଲକ୍ଷ ୩ ହଜାର ୧୨୧କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ୫ ଲକ୍ଷ ୪୧ ହଜାର ୪୦୫ଟି ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- Filmy Friday: ନାନୀଙ୍କ The Paradise ରିଲିଜ୍
- Snake Bite Mystery: ୪୫ ଦିନ ଧରି ଗୋଡାଇଲାଣି ସାପ! ଖୋଜି ଖୋଜି ୧୭ ବର୍ଷୀୟା ଅନୀତାଙ୍କୁ ବାରମ୍ବାର କାମୁଡ଼ୁଛି…ହେଲେ କାହିଁକି?
- ବିଧାନସଭାରେ କହିଲେ ମନ୍ତ୍ରୀ; ଚଳିତ ବର୍ଷ ବନ୍ୟାରେ ୭ ମୃତ, ୩୭ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଭାବିତ
- ପ୍ରବଳ ବର୍ଷା ପାଇଁ ଆହୁରି ବଢ଼ିପାରେ ସ୍କୁଲ ଛୁଟି: ଗଣଶିକ୍ଷା ମନ୍ତ୍ରୀ
- ତେଲେଙ୍ଗାନା ଛାତ୍ରୀଙ୍କ ମୃତ୍ୟୁ ମାମଲା: ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଅଧ୍ୟାପକ ରଚିଥିଲେ ଷଡ଼ଯନ୍ତ୍ର
- ମନ୍ଥର ହେଉଛି ଗଭୀର ଅବପାତର ବେଗ…
- ଭାରତୀୟ ଅର୍ଥନୀତି ବଡ଼ ବିପଦ: ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ
- UP Bus fire: ସିଗାରେଟ୍ ଟାଣୁଥିଲେ ଡ୍ରାଇଭର-କଣ୍ଡକ୍ଟର! ଜଳୁଥିଲା ବସ୍, ଶୁଣିଲେନି ଯାତ୍ରୀଙ୍କ କଥା! ଚାଲିଗଲା ୯ ଜୀବନ
- Heavy Rain Alert: ଟଳିଗଲା ବାତ୍ୟା! କନ୍ଦାଉଛି ବର୍ଷା ବିତ୍ପାତ…ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…
- ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ; ୪ଟା ଯାଏଁ ଗୃହକୁ ମୁଲତବୀ କଲେ ଉପବାଚସ୍ପତି

Comments are closed.