Latest Odisha News

BREAKING NEWS

ଶାହାରୁଖଙ୍କ ଜନ୍ମଦିନରେ ଝଲସିଲା ଦୁବାଇର ବୁର୍ଜ ଖଲିଫା

ଦୁବାଇ: ନଭେମ୍ବର ୨ରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର ଥିଲା ଜନ୍ମଦିନ। ତାଙ୍କ ସମ୍ମାନର୍ଥେ ଶାହାରୁଖଙ୍କ ଫଟୋ ସହ ଝଲସିଲା ଦୁବାଇର ଆଇକନିକ ବୁର୍ଜ ଖଲିଫା।

ଏହି ସ୍ମରଣୀୟ ମୁହୂର୍ତ୍ତରୁ ଏକ ଫଟୋ ସେୟାର କରି ଶାହାରୁଖ ଲେଖିଛନ୍ତି, “ଦୁନିଆର ସବୁଠୁ ବଡ ଏବଂ ଉଚ୍ଚ ପରଦାରେ ନିଜକୁ ଦେଖି ବହୁତ ଖୁସି ଲାଗିଲା। ମୋର ପରବର୍ତ୍ତୀ ଚଳଚ୍ଚିତ୍ର ପୂର୍ବରୁ ମୋର ବନ୍ଧୁ ମହମ୍ମଦ ଆଲାବାର ମୋତେ ସବୁଠୁ ବଡ ପରଦାରେ ରଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ଧନ୍ୟବାଦ ଓ ଢେର ସାରା ଭଲପାଇବା” ।


ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ର ମାଲିକ ହୋଇଥିବାରୁ SRK ଏବଂ ତାଙ୍କ ପରିବାର ଆଇପିଏଲ ପାଇଁ ଏବେ ଦୁବାଇରେ ଅଛନ୍ତି । ଆଗାମୀ ବର୍ଷକୁ ନିଜ ଜନ୍ମଦିନରେ ଏକ ଗ୍ରାଣ୍ଡ ପାର୍ଟି କରିବା ନେଇ ଶାହାରୁଖ ପ୍ରତିଶୃତି ଦେଇଛନ୍ତି।

Comments are closed.