Latest Odisha News

BREAKING NEWS

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଦ୍ଧା: ଜଙ୍କିଆ ଥାନା ଛଣଗିରି ରାସ୍ତା କଡ଼ରୁ ଜଣେ ଯପୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଶେଖ ସୁଲେମାନ । ଘର ଛଣଗିରି ଗାଁରେ । ତାଙ୍କୁ କେହି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ବି ହତ୍ୟାକାଣ୍ଡ ଦିରକୁ ଦୃଷ୍ଟିରେ ରଖି ଖୋଳତାଡ କରୁଛି ପୋଲିସ ।

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥାଇପାରେ । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଜଙ୍କିଆ ପୋଲିସ । ପୂର୍ବରୁ ଶେଖ ସୁଲେମାନ ନାଁରେ ବିଭିନ୍ନ ଅପରାଧିକ ମାମଲା ଥିବା ସୂଚନା ମିଳିଛି ।

Leave A Reply

Your email address will not be published.