Latest Odisha News

BREAKING NEWS

କୃଷକ ବିରୋଧି ଆଇନ ପ୍ରତ୍ୟାହାର ଦାବିରେ ପୁରୀରେ ଆନ୍ଦୋଳନ

ପୁରୀ: କୃଷି ବିଲ କୁ ବିରୋଧ କରି ସାରାଦେଶରେ ଦେଖାଯାଉଥିବା ଜନ ଆନ୍ଦୋଳନକୁ ସମର୍ଥନ କରିଛି ପୁରୀ ଜିଲ୍ଲା କୃଷକ ସଂଘ।

ସୂଚନାଯୋଗ୍ୟ, ଦେଶର ଚାଷୀଙ୍କ ପାଇଁ କୃଷିଋଣ ଛାଡ଼ ଓ କୃଷିଜାତ ସାମଗ୍ରୀର ଦେଢ଼ଗୁଣା ଦର ବୃଦ୍ଧି ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ମୋଦୀ ସରକାର କୃଷକ ବିରୋଧୀ ନୀତି ଆପଣାଇଥିବା କହିଛନ୍ତି ଆନ୍ଦୋଳନକାରୀ।

କୃଷି ଆଇନ କୃଷକ ବିରୋଧୀ ବୋଲି ଅଭିଯୋଗ ଆଣି ଆଜି କୃଷକ ସଂଘର୍ଷ ସମିତି ପକ୍ଷରୁ ପୁରୀ ଜିଲ୍ଳାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି।

Comments are closed.