Latest Odisha News

BREAKING NEWS

ଘୁଞ୍ଚିଲା ଓଟିଭି ସିଏଫ୍‌ଓଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର: ସାରୁଆ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଓଟିଭି ସିଏଫ୍‌ଓ ମନୋରଂଜନ ଷଡଙ୍ଗୀଙ୍କ ଘୁଂଚିଲା ଜାମିନ ଆବେଦନ ଶୁଣାଣି । ଆସନ୍ତା ୯ ତାରିଖରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ହେବ । ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ଖୋର୍ଦ୍ଧା ସେସନ୍ କୋର୍ଟରେ ହେବାର ଥିଲା । ତେବେ ସାରୁଆ ଜମି ଦୁର୍ନୀତି ଘଟଣାରେ କ୍ରାଇମ ବ୍ରାଂଚ ପକ୍ଷରୁ ୨୨ ଜଣ ଅଭିଯୋଗକାରୀଙ୍କ ନିକଟକୁ ସଠିକ ଭାବେ ନୋଟିସ ଯାଇପାରି ନାହିଁ । ତେଣୁ ଆଜିର ଶୁଣାଣିରେ ବିଳମ୍ବ ହୋଇଛି ।

ଏହି ଘଟଣାରେ ମନୋରଂଜନଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ଦଳିତଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଓଟିଭି କର୍ତ୍ତୃପକ୍ଷ ସାରୁଆରୁ ଶାଗ ମାଛ ଦରରେ ଜମି କିଣିଛନ୍ତି । ଦଳିତଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରାଯାଇନାହିଁ । ସାରୁଆରେ ଓଟିଭି କର୍ତ୍ତୃପକ୍ଷ ଜମି ହଡପ କରିବା ପରେ ସ୍ଥାନୀୟ ଲୋକ ରାସ୍ତାରେ ଯିବା ଆସିବା ଓ ପୋଖରୀକୁ ଯିବାରେ ଅସୁବିଧା ହେଉଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପ୍ରଶାସନ ମାପଚୁପ କରି ବିବାଦୀୟ ପାଚେରୀକୁ ଭାଙ୍ଗି ଦେଇଥିଲା ।

Leave A Reply

Your email address will not be published.