ବ୍ରହ୍ମପୁର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ବ୍ରହ୍ମପୁର ଓ ଚିଲିକାର ଡିଭିଜନାଲ୍ ଫରେଷ୍ଟ ଅଫିସରେ ଘରେ ଚଢାଉ କରିଛି ।
ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି- ଖୋର୍ଦ୍ଧା ବାଲୁଗାଁସ୍ଥିତ ଚିଲିକା ଡିଏଫଓ ଅଫିସର ଜୁନିଅର ଆକାଉଣ୍ଟାଣ୍ଟ ନବୀନ ଚନ୍ଦ୍ର ବିଷୋୟୀ ଏବଂ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଡିଏଫଓ ଅଫିସର ଜୁନିଅର ଆକାଉଣ୍ଟାଣ୍ଟ ସୂର୍ଯ୍ୟ ନାରାୟଣ ତ୍ରୀପାଠି ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଆର୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ କର୍ମଚାରୀ ଶ୍ରୀ ବିଷୋୟୀଙ୍କର ନୀଳାଚଳ ସ୍ଥିତ ବିଲଡିଂ, ଚିଲିକା ଡିଏଫଓ ଅଫିସ୍ ଚାମ୍ବର ଓ ଫରେଷ୍ଟ ରେଷ୍ଟ ହାଉସ୍ରେ ଚଢାଉ କରିଛନ୍ତି ।
ସେହିପରି ଭିଜିଲାନ୍ସର ଅନ୍ୟ ଏକ ଟିମ୍ ଶ୍ରୀ ତ୍ରୀପାଠିଙ୍କର ନୃସିଂହ ମନ୍ଦିର ସାହି ବିଲଡିଂ, ବ୍ରହ୍ମପୁର ଡିଏଫଓ ଅଫିସ୍ ଚାମ୍ବର ଓ ଅଙ୍କୁଲି ମୌଜା ସ୍ଥିତ ଆସିୟାନ୍ ଆପାର୍ଟମେଣ୍ଟର ଫ୍ଲାଟ୍ ଆଦିରେ ଚଢାଉ କରିଛନ୍ତି ।
Comments are closed.