Latest Odisha News

BREAKING NEWS

ରଣବୀର୍‌ଙ୍କ ସହ ଫିଲ୍ମରେ ଏକାଠି କାମ କରିବାକୁ ଚାହୁଁଥିଲେ ରିଷି କପୁର; ଅଧାରେ ରହିଗଲା ସ୍ୱପ୍ନ

ନୂଆଦିଲ୍ଲୀ: ବଲିଉଡ୍‌ର ଦିଗଗ୍‌ଜ ଅଭିନେତା ରିଷି କପୁରଙ୍କ ମୃତ୍ୟୁକୁ ଅନେକ ମାସ ବିତିଗଲାଣି, କିନ୍ତୁ ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଆଜି ମଧ୍ୟ ପୂରଣ ହୋଇପାରିନାହିଁ। ତେବେ ରିଷି କପୁରଙ୍କର ଏକ ଇଚ୍ଛା ଥିଲା ଯାହା ଆଉ କେବେ ବି ପୂରଣ ହୋଇପାରିବ ନାହିଁ।

ଏକ ଖବର ଅନୁଯାୟୀ ରିଷି କପୁର ତାଙ୍କ ପୁଅ ରଣବୀର କପୁରଙ୍କ ସହ ଏକ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ। ସେ ରଣବୀରଙ୍କ ସହ ଗୁଜୁରାଟୀ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍‌ରେ କାମ କରିବାକୁ ଯୋଜନା କରିଥିଲେ। ନିର୍ମାତାମାନଙ୍କ ସହ ତାଙ୍କର ଏକ ବୁଝାମଣା ମଧ୍ୟ ହୋଇଥିଲା ଏବଂ ରଣବୀର ମଧ୍ୟ ଏହି ପ୍ରୋଜେକ୍ଟରେ ରାଜି ହୋଇଥିଲେ।

କିନ୍ତୁ କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ରହିଥିବାରୁ ଫିଲ୍ମ ତିଆରି ହୋଇପାରି ନଥିଲା ଏବଂ ଆଉ କେବେ ତିଆରି ମଧ୍ୟ ହୋଇପାରିବ ନାହିଁ। ରିଷି କପୁରଙ୍କର ରଣବୀରଙ୍କ ସହି ଫିଲ୍ମ କରିବାର ଇଚ୍ଛା କେବଳ ଆଶରେ ହିଁ ରହିଗଲା। ରିଷି ରଣବୀରଙ୍କ ସହ ଗୁଜୁରାଟୀ ଚଳଚ୍ଚିତ୍ର ‘ଚାଲ୍ ଜିଭି ଲାଇୟେ’ର ହିନ୍ଦୀ ରିମେକ୍‌ରେ କାମ କରିବାକୁ ଇଚ୍ଛା ରଖିଥିଲେ। ସେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ ମଧ୍ୟ କରିଥିଲେ।

Comments are closed.