Latest Odisha News

BREAKING NEWS

ରଣବୀର୍‌ଙ୍କ ମସ୍କୁଲାର୍‌ ଅନ୍ଦାଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ରଣବୀର ସିଂ ଲକଡାଉନ୍ ସମୟରେ ରୂପେଲି ପରଦାରୁ ଦୂରରେ ରହିଥିଲେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କ ସହ ନିରନ୍ତର ସମ୍ପର୍କରେ ରହିଆସିଥିଲେ। ବର୍ତ୍ତମାନ ପ୍ରଶଂସକମାନେ ସେମାନଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି, କିନ୍ତୁ ବର୍ତ୍ତମାନ ନିର୍ମାତାମାନେ ରଣବୀରଙ୍କ ଫିଲ୍ମ ରିଲିଜ୍ ତାରିଖକୁ ଆହୁରି ଆଗକୁ ବଢାଇ ଦେଇଛନ୍ତି। ତେବେ ବର୍ତ୍ତମାନ ଏହି ଫିଲ୍ମ ଆସନ୍ତା ବର୍ଷ ମୁକ୍ତିଲାଭ କରିବ।

ତେବେ ରଣବୀର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି। ସେ ତାଙ୍କର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ରଣବୀର ଏକ ମସ୍କୁଲାର୍‌ ଅନ୍ଦାଜ୍‌ରେ ନଜର ଆସିଛନ୍ତି। ଏହା ପରେ ସେ ରବିବାର ଦିନ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ – ‘ତିର୍‌ଛି ରୋସ୍‌ନିୟୋ ତଳେ ମେ ଫିର୍‌ ୱାପସ୍‌ ଆ ଗୟା ହୁଁ’।

Comments are closed.