Latest Odisha News

କୂଳଡିହାରେ ହାତୀ ଉପଦ୍ରବ; ବ୍ୟାପକ ଚାଷ ନଷ୍ଟ

ଭୁବନେଶ୍ୱର: ଗୋଟିଏ ପଟେ ନୀଳଗିରି ମୁହାଁ ଝାଡ଼ଖଣ୍ଡ ହାତୀ ଏବଂ ଅନ୍ୟପଟେ କୂଳଡିହା ଅଭୟାରଣ୍ୟରୁ ହାତୀପଲଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଧାନଚାଷ ନଷ୍ଟ ହେଉଥିବା ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ ଗତ ୪ ତାରିଖ ଦିନ ସନ୍ଧ୍ୟାରେ ଦୁଇଟି ଦନ୍ତାହାତୀ କୂଳଡିହା ଅଭୟାରଣ୍ୟରୁ ଖସିଆସି ନୀଳଗିରି ଏନଏସି ଅଧିନ ଶାଳବନ୍ଧ ଅଂଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିଲେ।

ସେହିପରି ପୁଣି ଶନିବାର ସନ୍ଧ୍ୟା ସାଢ଼େ ୭ ଟା ସମୟରେ ସେହି ଅଂଚଳକୁ ଆଉ ଏକ ହାତୀ ପଲ ଅଭୟାରଣ୍ୟରୁ ବାହାରି ଉପଦ୍ରବ କରି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

ଅମଳ ହେବାକୁ ଥିବା ଏକର ଏକର ଧାନ ଚାଷ ହାତୀ ନଷ୍ଟ କରିଦେଇଥିବାରୁ ଗାଁର ଲୋକେ ସୁରକ୍ଷା ପାଇଁ ଏକାଠି ହୋଇ ଗାଁ ମୁଣ୍ଡରେ ରାତିସାରା ଜଗି ରହିଥିଲେ ବୋଲି ସୂଚନା ମିଳିଛି।

ଆହୁରି ମଧ୍ୟ ହାତୀପଲର ଗତିବିଧି ଓ ଗାଁ ସୁରକ୍ଷା ପାଇଁ କୂଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ରଙ୍କ ନିର୍ଦେଶରେ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେବେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରେ ଏକପ୍ରକାର ଆତଙ୍କ ଖେଳିଯାଇଛି।

 

Comments are closed.