Latest Odisha News

BREAKING NEWS

ଭୁଲ ସୁଧାରିଲା ଅକ୍ସଫୋର୍ଡ; ଓମ୍ୟାନ ଶବ୍ଦକୁ କଲା ଅପଡେଟ୍

ନୂଆଦିଲ୍ଲୀ: ଶେଷରେ ଭୁଲ ସୁଧାରିଲା ଅକ୍ସଫୋର୍ଡ ଡିକ୍ସନାରି। ଏହାର ଶବ୍ଦ କୋଷରେ ଥିବା ଓମ୍ୟାନ ଶବ୍ଦର ଅର୍ଥରେ ପରିବର୍ତ୍ତନ ଅଣାଯାଇ ଏହାକୁ ଅପଡେଟ୍ କରାଯାଇଛି।

ସଦ୍ୟ ସଂସ୍କରଣ ଅନୁଯାୟୀ, ଓମ୍ୟାନ ଶବ୍ଦର ଅର୍ଥ ମହିଳା, ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ, ଗାର୍ଲଫ୍ରେଣ୍ଡ ବା ପ୍ରେମିକା ଭାବେ ପରିବର୍ତ୍ତନ କରାଯାଇଥିବା ଅକ୍ସଫୋର୍ଡ ଡିକ୍ସନାରି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାନୁସାରେ, ପୂର୍ବରୁ ଅକ୍ସଫୋର୍ଡ ଡିକ୍ସନାରିର ଶବ୍ଦକୋଷରେ ‘ଓମ୍ୟାନ’ ଶବ୍ଦର ତାତ୍ପର୍ଯ୍ୟ ଅପମାନ ଜନକ ଓ ଆପତ୍ତି ଜନକ ରହିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା। ଏହାକୁ ଅନେକ ସମଲୋଚନା ମଧ୍ୟ କରାଯାଇଥିଲା।

ତେଣୁ ଅକ୍ସଫୋର୍ଡ ଡିକ୍ସନାରି ର ସଦ୍ୟ ସଂସ୍କରଣରେ ଏହାକୁ ବଦଳାଯାଇଛି।

ଆହୁରି ମଧ୍ୟ ୨୦୧୯ ମସିହାରେ ମାରିନା ବ୍ରିଟାଇସ ଗିଓଭାନାର୍ଡି ନାମ୍ନୀ ଜଣେ ମହିଳା ଅନଲାଇନ ପିଟିସନ ରେ ପିସ, ବ୍ୟାଗେଜେ, ବାର୍ଡ ଭଳି ଶବ୍ଦକୁ ଆପତ୍ତିଜନକ ଦର୍ଶାଇ ଏସବୁକୁ ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ।

Comments are closed.