Latest Odisha News

BREAKING NEWS

ବାରଣାସୀରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୋଦି

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ବାରଣାସୀରେ ପ୍ରାୟ ୩୦ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବେ ।

ଏହି ଉଦଘାଟନ୍ ପ୍ରକ୍ରିୟା ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୋଲି ସୂଚନା ମିଳିଛି । କୃଷି, ପର୍ଯ୍ୟଟନ ଓ ଇନଫ୍ରାଷ୍ଟ୍ରକଚର ଆଦି ପ୍ରକଳ୍ପ ପାଇଁ ୬୧୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।

ସୋମବାର ଦିନ ୧୦ଟା ୩୦ମି.ରେ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଏହି ଅବସରରେ ସେ ପ୍ରକଳ୍ପ ଯୋଗୁଁ ଲାଭାନ୍ୱିତ ହେବାକୁ ଥିବା ଲୋକମାନଙ୍କ ସହ ଆଲୋଚନା କରିବେ । ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ରହିବେ ।

Leave A Reply

Your email address will not be published.