Latest Odisha News

BREAKING NEWS

ଜଳିଗଲା ଗୁହାଳ ଘର, ଜଣେ ଆହତ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଖମଙ୍ଗଶାସନ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗୁହାଳ ଘର ସମହ ଦୁଇ ବଖରା ଘର ଜଳି ଯାଇଛି । ନିଆଁରେ ପୋଡ଼ି ହୋଇ ଗୋଟିଏ ଗାଈ ମୃତ୍ୟୁ ହୋଇଥିବା ବେଳେ ୨ଟି ଗାଈ ଗୁରୁତର ହୋଇଛି ।

ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ନାଁ ଦେବବ୍ରତ । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ପ୍ରଥମେ ଗୁହାଳ ଘରେ ଲାଗିଥିଲା ନିଆଁ । ଗାଈଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଛନ୍ତି ଦେବବ୍ରତ । ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି ।

Leave A Reply

Your email address will not be published.