Latest Odisha News

BREAKING NEWS

ଚତୁର୍ଥ ବର୍ଷରେ ପଦାର୍ପଣ କଲା “ମୋ’ ସ୍କୁଲ”

ଭୁବନେଶ୍ୱର: ଚତୁର୍ଥ ବର୍ଷରେ ପଦାର୍ପଣ କରିଛି ‘ମୋ ସ୍କୁଲ ଅଭିଯାନ’। ଆଜି ଏକ ରାଜ୍ୟ ସ୍ତରୀୟ ଭର୍ଚୁଆଲ ସମାବେଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁ, ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ଆହୁରି ମଧ୍ୟ ୨୦୨୧ ମାର୍ଚ୍ଚ ସୁଦ୍ଧା ୨୫,୦୦୦ ସ୍କୁଲ ଏଥିସହ ସଂଯୁକ୍ତ ହେବ ବୋଲି ଆଶା କରାଯାଉଥିବା ନେଇ ପ୍ରକାଶ କରିଛନ୍ତି ପ୍ରମୁଖ ଶାସନ ସଚିବ।

ଏପରିକି ସମସ୍ତ ୩୦ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ‘ମୋ ସ୍କୁଲ ଅଭିଯାନ’ ସହ ଯୋଡି ହେବା ପାଇଁ ମଧ୍ୟ ସେ ଆହ୍ଵାନ କରିଛନ୍ତି ।

‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗଚୀ କହିଛନ୍ତି ଯେ ପୁରାତନ ଛାତ୍ରଛାତ୍ରୀମାନେ କେବଳ ଅର୍ଥ ନୁହେଁ, ସେମାନେ ଚାହିଁଲେ ସମୟ ଓ ଶ୍ରମଦାନ ମଧ୍ୟ କରିପାରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ପରିବେଷଣ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ସମ୍ବାଦ ପତ୍ରିକା “ଅ, ଆ, କ, ଖ” ଓ ‘ମୋ ସ୍କୁଲ ଅଭିଯାନ’ ସଂଗୀତ ଉନ୍ନମୋଚନ କରାଯାଇଥିଲା ।

ତେବେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୩୪୪୮ଟି ସ୍କୁଲ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇସାରିଛି। ଆନୁମାନିକ ୧,୮୩,୦୦୦ ପୁରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇସାରିଥିବା ନେଇ ସୂଚନା ମିଳିଛି।

 

Leave A Reply

Your email address will not be published.