Latest Odisha News

BREAKING NEWS

ଆସନ୍ତୁ ଜାଣିବା ଦୀପାବଳି ଦିନ କେଉଁ ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଭାବେ ଗହଣା ଦିଆଯାଏ

ଭୋପାଳ: ଭାରତ ଏକ ଧର୍ମପ୍ରିୟ ରାଷ୍ଟ୍ର । ବିଭିନ୍ନ ସ୍ଥାନରେ ଏଥିନେଇ ଭିନ୍ନ ଭିନ୍ନ ପ୍ରକାର ପାରମ୍ପାରିକ ଚଳଣ ରହିଛି । ମଧ୍ୟପ୍ରଦେଶର ରତଲାମ ସହରରେ ମାଆ ମହାଲକ୍ଷ୍ମୀଙ୍କ ମନ୍ଦିର ନିଆରା ପରାମ୍ପରା ଯୋଗୁ ବେଶ୍ ଚର୍ଚ୍ଚିତ । ଏଠାରେ ଭକ୍ତଙ୍କୁ ପ୍ରସାଦରେ ଭୋଗ, ମିଠା ବଦଳରେ ସୁନା, ରୂପା ଦିଆ ଯାଇଥାଏ । ଏହା କେବଳ ଦୀପାବଳି ଦିନ କରାଯାଇଥାଏ ।

ବର୍ଷ ଯାକ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଆସିଥାନ୍ତ ଏବଂ ଦାନ ଦକ୍ଷିଣ ବାବଦକୁ ଅନେକ ସୁନା, ରୂପା ଓ ଅଳଙ୍କାର ଦାନ କରିଥାନ୍ତି । ଦୀପାବଳି ଦିନ ଏହି ସବୁ ଅଳଙ୍କାର ସହ ମାଆ ମାଲକ୍ଷ୍ମୀଙ୍କ କୁବେର ଭଣ୍ଡାର ବସିଥାଏ । ଏହି ଦିନ ମନ୍ଦିର ବନ୍ଦ ହୋଇ ନ ଥାଏ । ଯେଉଁ ଭକ୍ତ ଏଠାକୁ ଆସିଥାଏ ସକ୍ଷମ ଅନୁସାରେ ମନ୍ଦିର ପକ୍ଷରୁ ସୁନା ରୂପାର ତିଆରି ଆଭୂଷଣ ଦିଆ ଯାଇଥାଏ । ଏଠାରେ ମାନ୍ୟତା ରହିଛି ଯେ, ତୁମେ ଯେତେ ମହାଲକ୍ଷ୍ମୀଙ୍କୁ ଦାନ କରିବ ତାଠାରୁ ଅଧିକ ମାଆ ତୁମକୁ ଦେବେ ।

Leave A Reply

Your email address will not be published.