Latest Odisha News

BREAKING NEWS

ବରମୁଣ୍ଡାରୁ ଚୋରି ହେଲା, ବ୍ରହ୍ମପୁରରୁ ମିଳିଲା

ଭୁବନେଶ୍ୱର: ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଚୋରି ହେଲା ବସ୍‌, ବ୍ରହ୍ମପୁରୁର ଧରାପଡିଲା । ଗତ ବିଳମ୍ବିତ ରାତିରେ ଦାସ ନାମକ ଏକ ଯାତ୍ରୀବାହୀ ବସ୍ ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ବସ୍ ମାଲିକ କେଦାର ଦାସ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ।

ଏହାପରେ ପୋଲିସ ଚୋରି ବସ୍‌ଟିକୁ ବ୍ରହ୍ମପୁରରୁ ଜବତ କରିଛି । ବ୍ରହ୍ମପୁର ବଡ ବଜାରରୁ ଚୋରି ବସ୍ ମିଳିଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ପୋଲିସ ଏଯାଏଁ କାହାକୁ ଗିରଫ କରିନଥିବା ଜଣାପଡିଛି ।

Leave A Reply

Your email address will not be published.